ନୁଆଗାଁ: ନୁଆଗାଁ Higher Secondary School, Nuagaon ରେ "Ek Ped Maa Ke Naam 2.0" ଅଧୀନରେ ବୃକ୍ଷାରୋପଣ କାର୍ଯ୍ୟକ୍ରମ ବିଶେଷ ଉତ୍ସାହ ଓ ଉଲ୍ଲାସରେ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମଟି ଶ୍ରୀଯୁକ୍ତ ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସୁସଂଘଟିତ ହୋଇଥିଲା। NSS ପ୍ରୋଗ୍ରାମ୍ ଅଫିସର ଶ୍ରୀ ଜିତେନ୍ଦ୍ର କୁମାର ପ୍ରଧାନ ଏବଂ YRC କାଉନସେଲର୍ ଶ୍ରୀ ସତ୍ୟ ସ୍ୱାଗତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ତଥା ଇତିହାସ ଅଧ୍ୟାପକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତିନିଧିତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମଟି ଆରମ୍ଭ ହୋଇ ସୁରୁଖୁରୁରେ ସମାପ୍ତ ହୋଇଥିଲା।ପ୍ରାୟ ୫୦ ରୁ ତ୍ଵଦୂର୍ଦ୍ଧ ବୃକ୍ଷରୋପଣ ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ଙ୍କ ଦ୍ଵାରା ହୋଇଥିଲା।
ଏହି ସୁଯୋଗରେ ରଚନା ଓ ତର୍କ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା।ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ସତ୍ୟ ସ୍ୱାଗତ ସାହୁ କାର୍ଯ୍ୟକ୍ରମଟିକୁ ପ୍ରାରମ୍ଭ ରୁ ପରିଚାଳନା କରିଥିଲେ ଏବଂ ଇଂରାଜୀ ଅଧ୍ୟାପକ ସଭାଟିକୁ ସାଙ୍ଗ କରିଥିଲେ। କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ସାହୁ ବିଜେତାଙ୍କୁ ପୁରସ୍କାର ପ୍ରଦାନ ସହିତ ପ୍ରେରଣାଦାୟକ ଭାଷଣ ଦେଇଥିଲେ।
ବୃକ୍ଷାରୋପଣ କାର୍ଯ୍ୟକ୍ରମରେ ଖେଳ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଖଣ୍ଡୁଆଳଙ୍କ ସହ ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ ସକ୍ରିୟ ଭାବେ ଯୋଗଦାନ କରିଥିଲେ।
ସମସ୍ତଙ୍କ ସହଯୋଗରେ, କାର୍ଯ୍ୟକ୍ରମଟି ପ୍ରଚୁର ସଂଖ୍ୟକ ବୃକ୍ଷାରୋପଣ ସହିତ ଉଲ୍ଲାସମୟରେ ସମାପ୍ତ ହୋଇଥିଲା।



.jpeg)
0 Comments