ନୂଆଗାଁ ୨୮ ସେପ୍ଟେମ୍ବର :-- ଓଡିଶା ଆଶା କର୍ମୀ ଆସୋସିଏସନ ର ତୃତୀୟ ନୂଆଗାଁ ବ୍ଲକ ସମ୍ମିଳନୀ CITU ନେତୃତ୍ୱ ରେ ଡାକ ବଙ୍ଗଳା ଠାରେ ପାଞ୍ଚାଳୀ ସାହୁ ଙ୍କ ସଭାପତିତ୍ବ ରେ ଆଜି ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସଂଗଠନ ର ଲାଲ ଝଣ୍ଡା କୁ ଆନୁଷ୍ଠାନିକ ଭାବେ ବ୍ଲକ ସଂଗଠନ ର ବ୍ଲକ ଉପଦେଷ୍ଟା ସାଥୀ ନନ୍ଦ ମହାପାତ୍ର ଉତ୍ତୋଳନ କଲା ପରେ ସମସ୍ତ ସାଥୀ ସହିଦ ବେଦୀ ରେ ମାଲ୍ୟାର୍ପଣ କରିଥିଲେ। ସମ୍ମିଳନୀ ରେ ପ୍ରଥମେ ଶହୀଦ ଙ୍କ ପ୍ରତି ଏକ ମିନିଟି ଶୋକ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ସମ୍ମିଳନୀ କୁ ସିଟୁର ଜିଲ୍ଲା ନେତ୍ରୀ ସାଥୀ ସଂଯୁକ୍ତା ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରି କେନ୍ଦ୍ର ସରକାର ରାଜ୍ୟ ସରକାର ଙ୍କ ଶ୍ରମିକ, କୃଷକ,କର୍ମଚାରୀ ତଥା ଜନ ବିରୋଧି ନୀତି କୁ ତୀବ୍ର ସମାଲୋଚନା କରିଥିଲେ। ସରକାର ଶ୍ରମିକ ବିରୋଧି ୪ ଟି ଶ୍ରମକୋଡ଼ କୁ ତୁରନ୍ତ ବାତିଲ କରିବାକୁ ଦାବୀ କରିଥିଲେ। କେନ୍ଦ୍ର ଙ୍କ ଆକାଶ ଛୁଆଁ ଦରଦାମ ବୃଦ୍ଧି, ଅମାନିଆ ଶ୍ରମିକ ସ୍ୱାର୍ଥ ଓ ଜନ ବିରୋଧି ନୀତି କୁ ଲଗାମ ଦେବା ସହ ଆଶା କର୍ମୀ ମାନଙ୍କ ଅଧିକାର ପାଇଁ ଦୃଢ଼ ଆନ୍ଦୋଳନ ଗଢିବାକୁ ଆହ୍ୱାନ ଦେଇଥିଲେ। ରାଜ୍ୟ ଉପସଭାପତି ସୁରେଶ ସ୍ଵାଇଁ, ଜିଲ୍ଲା ସଭାପତି ଚାପ ଧାରୀ ରାଉତ , କାଳନ୍ଦୀ ନାୟକ ପ୍ରମ୍ମୁଖ ଆଶାକର୍ମୀ ଙ୍କୁ ନିୟମିତ କର୍ମଚାରୀର ମାନ୍ୟତା,୨୬୦୦୦ ଟଙ୍କା ମାସିକ ଦରମା,୧୦,୦୦୦ ଟଙ୍କା ମାସିକ ପେନସନ ଓ ସାମାଜିକ ସୁରକ୍ଷା ସରକାର ଯୋଗାଇ ଦେବାକୁ ଦାବୀ କରିଥିଲେ। ଏହି ସମ୍ମିଳନୀ ରେ ସମ୍ପାଦିକା ରେଣୁ ବାଳା ସାହୁ ଙ୍କ ଉପସ୍ଥାପିତ ସାଙ୍ଗଠନିକ ରିପୋର୍ଟ ଉପରେ ସାଥୀ ମାନେ ଆଲୋଚନା କରିଥିଲା ବେଳେ ଉପସ୍ଥିତ ବିଭିନ୍ନ ବ୍ଲକ କମିଟିର ନେତୃତ୍ୱ ମାନେ ସମ୍ମିଳନୀ ର ସଫଳତା କାମନା କରିଥିଲେ। ସମ୍ମିଳନୀରେ ନୂତନ ବ୍ଳକ ସଭାପତି ଭାବେ ପାଞ୍ଚାଳୀ ସାହୁ,ସମ୍ପାଦିକା ଭାବେ ଗୀତାଞ୍ଜଳି ନାୟକ,କୋଷାଧ୍ୟକ୍ଷ ଭାବେ ସୁଷମା ପ୍ରଧାନ,ଉପସଭାପତି ଭାବେ ରେଣୁବାଳା ଶାହୁ, ଲକ୍ଷ୍ମୀ ପ୍ରିୟା ଜେନା, ସନ୍ଧ୍ୟା ରାଣୀ ସାହୂ ସହ ସମ୍ପାଦିକା ଭାବେ ରୁନୀ ସାହୁ ,ବନବାସୀ ବେହେରା, ପୁଷ୍ପଲତା ବେହେରା, ବିଜୟଲକ୍ଷ୍ମୀ ବେହେରା ଏବଂ ଉପଦେଷ୍ଟା ଭାବେ ନନ୍ଦ ମହାପାତ୍ର ନିର୍ବାଚିତ ହୋଇଥିଲା ବେଳେ ସଦସ୍ଯା ଭାବେ ପ୍ରତିମା ସାହୁ,ବିଜୟ ଲକ୍ଷ୍ମୀ ଚୌଧୁରୀ , ନଳିନୀ ପ୍ରଭା ସାହୂ, ଶାନ୍ତି ମଲ୍ଲିକ, ଚନ୍ଦ୍ରକାନ୍ତ ମଲ୍ଲିକ, ଗୀତାଞ୍ଜଳି ପରିଡ଼ା ମମତା ସାହୂ ପ୍ରମ୍ମୁଖ ନିର୍ବାଚିତ ହୋଇଥିଲେ।
ଏହି ସମ୍ମିଳନୀ
ରେ ରାଜ୍ୟ ଉପସଭାପତି ସୁରେଶ ସ୍ୱାଇଁ,ଜିଲ୍ଲା ସଭାପତି ଚାପ ଧାରୀ ରାଉତ, ଜିଲ୍ଲା
ନେତ୍ରୀ ସଂଯୁକ୍ତା ସେଠୀ,କାଳନ୍ଦୀ ନାୟକ,କାଳନ୍ଦୀ
ନାୟକ,ମଙ୍ଗୁଳି ରାଉତ,ସରୋଜିନୀ ତ୍ରୀପାଠୀ,
ପ୍ରତିଭା ବେହେରା, ସରୋଜୀ ସାହୁ,ରୂପ ମଞ୍ଜରୀ ସାହୂ, ରିତା ସାହୂ, ସଂତୋଷିନି
ସାହୂ, ସବିତା ପରିଡ଼ା,ମଞ୍ଜୁଲତା
ପ୍ରଧାନ ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।
ଉକ୍ତ ଖବର ଟି
ପ୍ରକାଶନ ଓ ପ୍ରଶାରଣ ପାଇଁ ନିବେଦନ.।
ଓଡିଶା ଆଶା କର୍ମୀ ଆସୋସିଏସନ, ସିଆଇଟିୟୁ, ନୂଆଗାଁ ବ୍ଲକ କମିଟି।


0 Comments