ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଆଜି ଯୁବ ରେଡକ୍ରସ୍ ତରଫରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଆଜି ବହୁ ଆଡମ୍ବରରେ ପାଳନ କରାଯାଇଅଛି ।
International Federation of Red Cross and Red Crescent Societies( IFRC) ଦ୍ବାରା ୨୦୦୦ ମସିହାରେ ଏହି ଦିବସ ପାଳନ ଆରମ୍ଭ କରାଯାଇଥିଲା । "ପ୍ରତ୍ୟେକ ବ୍ୟକ୍ତି ପ୍ରାଥମିକ ଚିକିତ୍ସା ଜାଣି , ଆବଶ୍ୟକ ମୂହୁର୍ତ୍ତ ରେ ତା'ର ସଠିକ ଭାବେ ପ୍ରୟୋଗ କରିବା " -ଏହି ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସ ସାରା ବିଶ୍ବ ତଥା ଓଡ଼ିଶାରେ ଆଜି ପାଳନ କରାଯାଇଅଛି। ଏହି ଅବସରରେ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ୟୁନିଟ୍ ଆଜି ଏହି ଦିବସ ପାଳନ ଦୁଇଟି ଅଧିବେଶନରେ ସମ୍ପାଦିତ କରିଥିଲା ।
ପ୍ରଥମେ ଉଦ୍ଘାଟନ ଅଧିବେଶନ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ରାଉତରାୟଙ୍କ ପୈ।ରୋହିତ ରେ ଅନୁଷ୍ଠିତ ହୋଇଥିଲା।
ଯୁବ ରେଡକ୍ରସ୍ କାଉନସିଲର ଶ୍ରୀମତୀ ମିନାକ୍ଷୀ ବାଳା ମିଶ୍ର ଏ ବର୍ଷର ଥିମ୍ " ପ୍ରାଥମିକ ଚିକିତ୍ସା ଓ ଜଳବାୟୁ ପରିବର୍ତ୍ତନ " ପର୍ଯ୍ୟବେଶିତ ନିଜ ବକ୍ତବ୍ୟରେ ପ୍ରାଥମିକ ଚିକିତ୍ସାର ମହତ୍ତ୍ୱ ଓ ଆବଶ୍ୟକତା ବିଷୟରେ ଅଧିବେଶନରେ ଉପସ୍ଥିତ ରେଡ୍ କ୍ରସ ସ୍ବେଛାସେବୀ ଓ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ ।
" ପାଠ ପଢିବା ସହିତ ସମାଜ ସେବା ନିମିତ୍ତ ବିଭିନ୍ନ ପ୍ରକାରର skill and techniques ଶିଖିବାରେ ପ୍ରତ୍ୟେକ ଛାତ୍ରୀର ଆଗ୍ରହ ରହିବା ଉଚିତ " ବୋଲି ଅଧ୍ୟକ୍ଷା ଶ୍ରୀମତୀ ରାଉତରାୟ ନିଜର ମତ ବ୍ୟକ୍ତ କରିଥିଲେ। ଏଥିପାଇଁ ଯୁବ ରେଡ଼କ୍ରସ୍ ର ପ୍ରତ୍ୟେକ କାର୍ଯ୍ୟକ୍ରମ ସହାୟକ ହେବ ବୋଲି ସେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।
ଦ୍ଵିତୀୟ ଅଧିବେଶନରେ ପ୍ରାଥମିକ ଚିକିତ୍ସା ତାଲିମ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। First aid Master trainer ତଥା ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀ ସହଦେବ ବେହେରା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସ୍ଵେଚ୍ଛାସେବୀ ଏବଂ ଛାତ୍ରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ୍ ଦେଇଥିଲେ।
ଯୁବ ରେଡକ୍ରସ୍ ସ୍ଵେଚ୍ଛାସେବୀ ଲକ୍ଷ୍ମୀପ୍ରିୟା ସିଂ ଶ୍ରୀ ବେହେରାଙ୍କୁ ତାଲିମ୍ ପ୍ରଦାନର ବିଭିନ୍ନ technique ଗୁଡ଼ିକୁ ଡେମୋ ଦେବାରେ ସାହାଯ୍ୟ କରିଥିଲେ।
ଉକ୍ତ ଏକ ଦିବସୀୟ କାର୍ଯ୍ୟକ୍ରମରେ ଅଧ୍ୟାପିକା ଶ୍ରୀମତୀ କୃଷ୍ଣା କୁମାରୀ ଦାଶ,ଅନ୍ଵେଷା ମହାନ୍ତି, ସୋମା କାଲିଆ, ଦେବସ୍ମିତା ପଟ୍ଟନାୟକ, ସରସ୍ଵତୀ ପ୍ରଧାନ, ପୂଜା ଜୟସିଂହ, ଇପ୍ସିତା ମିଶ୍ର, କସ୍ତୁରୀ ଦାସ ଏବଂ ଅଧ୍ୟାପକ ଶ୍ରୀ ବାପି ନାୟକ,ବିକେଶ ସାହୁ,ଭୂବନେଶ୍ଵର ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ସସ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମରେ ୨୦୦ ଜଣ ଅଧ୍ୟାପିକା, ଅଧ୍ୟାପକ,ଚତୁର୍ଥ ଶ୍ରେଣୀ କର୍ମଚାରୀ , ସ୍ଵେଚ୍ଛାସେବୀ, ଛାତ୍ରୀ ମାନଙ୍କର ସମାଗମ ହୋଇଥିଲା । କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ରାଉତରାୟ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ଦିବସ ପାଳନର ଶପଥ ପାଠ କରାଇଥିଲେ ।
ଭବିଷ୍ୟତରେ ଏହିପରି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବାର ଯୋଜନା ରହିଛି ବୋଲି ଶ୍ରୀମତୀ ମିଶ୍ର ସୂଚନା ଦେଇଥିଲେ।


0 Comments