ଚଳିତ ବର୍ଷ ମହା ନବମୀ ପୂଜା ଉପଲକ୍ଷେ କନ୍ଧମାଳ ର ଅଧିଷ୍ଠାତ୍ରୀ ଦେବୀ ମାଂ ବରାଳ ଦେବୀ ଙ୍କ ଦାନ ହୁଣ୍ଡୀ ଖୋଲା ଗଲା......
ଅଦ୍ୟ ତା 12/09/25.ରିଖ ଶୁକ୍ରବାର ଦିନ ସମୟ 01:30ମିନିଟ. ସମୟରେ ଶ୍ରୀ ଶ୍ରୀ ମାଂ ବରାଳ ଦେବୀ ଙ୍କ ଦାନ ହୁଣ୍ଡୀ ଜିଲ୍ଲା ପ୍ରଶାସନ ଙ୍କ ଉପସ୍ଥିତ ରେ ଖୋଲା ଯାଇଅଛି. ମାଂ ଙ୍କ ଦାନ ହୁଣ୍ଡୀ ଖୋଲିବା ନିମନ୍ତେ ଉପସ୍ଥିତ ମାଂ ବରାଳ ଦେବୀ ମନ୍ଦିର ପରିଚାଳନା କମିଟି. ଙ୍କ ନେତୃତ୍ୱ ରେ ଭକ୍ତ ମାନେ ଦାନ କରିଥିବା ଅର୍ଥରାଶି କୁ ଗଣତି କରି ଦେଖ ଗଲା ଯେ ମାଂ ଙ୍କ ଦାନ ହୁଣ୍ଡୀ ରେ ସମୁଦାୟ ମୋଟ. ଏକ ଲକ୍ଷ ଚାରି ହଜାର ନ ସହ ବୈ ୟା ଅଶି ଟଙ୍କା. ହୋଇଅଛି. ପୁଣି ଥରେ ଭକ୍ତ ମାନଙ୍କ ଦ୍ଵାରା ଦାନ ହୁଣ୍ଡୀ ରେ ପଡ଼ିଥିବା ସମୁଦାୟ ଟଙ୍କା କୁ ମାଂ ଙ୍କ ନାମ ରେ ଜମା ଅର୍ଥ ରାଶି ରେ ପୈଠ କରିବାପାଇଁ ମନ୍ଦିର କମିଟି ତରଫରୁ ଏକ ବିଲ ଆଗତ ଅନୁମୋଦନ କରି ଖଜୁରୀପଡା ତହସିଲଦାର ଓ ଉପ ଜିଲ୍ଲାପାଳ. କନ୍ଧମାଳ. ଖଜୁରୀପଡା ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କୁ ସମୁଦାୟ ଅର୍ଥ ରାଶି ହସ୍ତାନ୍ତର କରାଯାଇଥିଲା. ଏବଂ ଉପସ୍ଥିତ ମନ୍ଦିର ପରିଚାଳନା କମିଟି ର ସଭାପତି ଶ୍ରୀ ଚିତ୍ତ ରଞ୍ଜନ ପ୍ରଧାନ. ସମ୍ପାଦକ ଶ୍ରୀ ସଞ୍ଜୟ କୁମାର କଂହ ର. କୋଷାଧକ୍ଷ ଶ୍ରୀ ଅନ୍ତର୍ଯ୍ୟମୀ କହ୍ନର.ତହସିଲଦାର ଖଜୁରୀପଡା. ଥାନାଭାର ପ୍ରାପ୍ତ ଅଧିକାରୀ. ଖଜୁରୀପଡା ସମେତ ବଳସକୁମ୍ପା ମାଂ ବରାଳ ଦେବୀ ଙ୍କ ତିନି ସେବାୟତ. ଶ୍ରୀ ନଟବର ନାୟକ. ଦିଲ୍ଲୀପ କୁମାର ଦଳବେହେରା. ଉଦ୍ଧବ ବିଶୋଇ. ମୁଖ୍ୟ ପୁରୋହିତ. ଶ୍ରୀ ନାରାୟଣ ଆଚାର୍ଯ୍ୟ. ଙ୍କ ସହିତ ମନ୍ଦିର ପରିଚାଳନା କମିଟି ର କାର୍ଯ୍ୟକାରୀ ସଭାପତି. ମୁଖ୍ୟ ଉପଦେଷ୍ଟା. ଷଡ଼ ମୁଠା ର ସମସ୍ତ କର୍ମ କର୍ତା ଉପସ୍ଥିତ ଥିଲେ... ଏବଂ ପରିଶେଷରେ ମାଂ ଙ୍କ ମହା ନବମୀ ପୂଜା କିପରି ଭାବରେ ଶାନ୍ତି ଶୃଙ୍ଖଳା ର ସହିତ ସମାପନ ହେବ ସେ ବିଷୟରେ ସମ୍ପାଦକ ଆଲୋଚନା କରିଥିଲେ. ସର୍ବା ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣକରି ସଭାପତି ସଭା କାର୍ଯ୍ୟ ସମ୍ପନ୍ନ କରିଥିଲେ.

0 Comments