ଦଶପଲ୍ଲା ୧୭/୯ ପ୍ରଧାନ ମନ୍ତ୍ରୀ ମୋଦୀ ଜୀ
ଙ୍କ ଜନ୍ମଦିନ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ଜୀ ଆହ୍ୱାନ କ୍ରମେ ଆଜି ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ମେଳିଆ ତୋଟାର ଏକ ପେଡ ମା କେ ନାମ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ସାଂସଦ ପ୍ରତିନିଧି କିଶୋର ଚନ୍ଦ୍ର ଦଳଵେହେରାଙ୍କ ଆହ୍ବାନ କ୍ରମେ ଜଙ୍ଗଲ ସୁରକ୍ଷା ମହାସଂଘ ଦଶପଲ୍ଲା ସଭାପତି ଆଦିକାନ୍ଦ ପ୍ରଧାନ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି କଳାକାର ମହାସଂଘ ଦଶପଲ୍ଲା ର ସଭାପତି ଶ୍ରୀ ବନମାଳୀ ରଣା, ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରାଣ କୃଷ୍ଣ ବେହେରା, ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ଭୀମସେନ ମୁଦୁଲି ଉପସ୍ଥିତ ରହି ଅର୍ଜୁନ ଗଛ ରୋପଣ କରି ମାନନୀୟ ମୋଦୀ ଜୀ ଙ୍କ ଦୀର୍ଘାୟୁ କାମନା କରାଯାଇ ଥିଲା, ସେହିପରି ଭା ଜ ପା ପକ୍ଷରୁ ରାଘବ ମଲ୍ଲିକ ନେତୃତ୍ୱରେ ଏକ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା,ଏଥିରେ ସାଂସଦ ପ୍ରତିନିଧି କିଶୋର ଚନ୍ଦ୍ର ଦଳଵେହେରା,ଅଞନ ଦାଶ , ମନୋଜ ସାହୁଙ୍କ ସମେତ ବହୁ ଭା ଜ ପା କର୍ମୀ ଯୋଗଦାନ କରିଥିଲେ,ସେହିପରି ଶ୍ରୀରାମ ପୁର ଠାରେ ସେନା ବାହିନୀ ଫ୍ରେଣ୍ଡ୍ ସ କ୍ଲବ ତରଫରୁ କ୍ଲବ ର ଉପସଭାପତି ଯୁଗଳ ବେହେରା , ସଂପାଦକ ଚିନ୍ମୟ ପ୍ରଧାନ ଙ୍କ ନେତୃତ୍ୱରେ ଏକ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା, ପ୍ରାରମ୍ଭରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା, ଏଥିରେ ବହୁ ମହିଳା,ପୁରୁଷ ଅଂଶ ଗ୍ରହଣ କରିଥିଲେ, ସେହିପରି ଦଶପଲ୍ଲା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା କାର୍ଯ୍ୟ କାରେଣୀ ତରଫରୁ ଆସିଷ୍ଟାଣ୍ଟ ଡାଇରେକ୍ଟର
ସୈ!ମ୍ୟରଞନ ଶତପଥୀଙ୍କ ନେତୃତ୍ୱରେ ଦଶପଲ୍ଲା ବ୍ଲକ ସରିଗଣ୍ଡା,ଘୁଘୁଡିପଡା, ମଧ୍ୟ ଖଣ୍ଡ, ତେଣ୍ଡା ବାଡି ପ୍ରଭୃତି ପଂଚାୟତର ୭ ହେକ୍ଟର ଯାଗାରେ ପ୍ରାୟ ୧ହଜାର ୪ ଶହ ବିଭିନ୍ନ ଆମ୍ବ,କାଜୁ ପ୍ରଭୃତି ଗଛ ରୋପଣ କରାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମ ରେ ଅଫିସ ର ସମସ୍ତ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ,,ଏଥି ସହ ବିଭିନ୍ନ ସ୍ଥାନରେ ବହୁ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ଜଣାଯାଇଛି


0 Comments