ଦଶପଲ୍ଲା ରେ ରାଷ୍ଟ୍ରୀୟ ଶ୍ରମ ଦିବସ ପାଳିତ

 


ଦଶପଲ୍ଲା ୧୭/୯  ବୁଧବାର ଦଶପଲ୍ଲା ବ୍ଳକ ଶିକ୍ଷକ ଭବନ ଠାରେ ଭାରତୀୟ ମଜଦୁର ସଂଘ ତରଫରୁ ପବିତ୍ର ବିଶ୍ବକର୍ମା ଓ ରାଷ୍ଟ୍ରୀୟ ଶ୍ରମ ଦିବସ ପାଳିତ ହୋଇଯାଇଛି ,ମଜଦୁର ସଂଘର ଜିଲା ସଭାପତି ବନମାଳୀ ମିଶ୍ର ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସମ୍ମାନୀତ ଅତିଥି ଭାବେ ଜିଲା ସଂପାଦକ ସୁକାନ୍ତ ମହାପାତ୍ର, ଦଶପଲ୍ଲା ଆର ଏସ ଏସ ର ମୁଖ୍ୟ ମାନସ  ସାହୁ, ଅଙ୍ଗନବାଡ଼ି ଦଶପଲ୍ଲା ବ୍ଲକ ସଭାପତି ସୈ!ଦାମିନି ମିଶ୍ର, ଭାରତୀୟ ମଜଦୁର ସଂଘ ର ଦଶପଲ୍ଲା ବ୍ଲକ ସଭାପତି ପ୍ରକାଶ କୁମାର ପାଣି, ସଂପାଦକ ଶରତ କୁମାର ଵେହେରା ପ୍ରମୁଖ ଯୋଗଦାନ କରିଥିଲେ, ମହାପ୍ରଭୁ ବିଶ୍ଵକର୍ମା ଏବଂ ଶ୍ରମ ଦିବସ ଉପରେ ବକ୍ତା ମାନେ ଉଦବୋଧନ ଦେଇଥିଲେ, ଉକ୍ତ ସଭାରେ ବହୁ ଅଙ୍ଗନବାଡ଼ି କର୍ମୀ, ମେଡିକାଲ ସଫେଇ କର୍ମଚାରୀ ସମେତ ବିଭିନ୍ନ ବିଭାଗର କର୍ମଚାରୀ ମାନେ ଯୋଗଦାନ କରିଥିଲେ,


Post a Comment

0 Comments