ଟାଙ୍ଗୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଛାତ୍ରୀମାନଙ୍କୁ ଗୀତା ପୁସ୍ତକ ଓ ଉତ୍ତରୀୟ ବିତରଣ



 ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ସମସ୍ତ ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଭଗବତ ଗୀତା ଓ ଉତ୍ତରୀୟ ଭଗବତଗୀତା ବିଦ୍ୟାଳୟ ତରଫରୁ ପ୍ରଦାନ କରାଯାଇଥିଲା. ବିଦ୍ୟାଳୟ ସଭାଗୃହରେ ସମାଜସେବୀ ତଥା ଶିକ୍ଷାବିତ୍ ରବୀନ୍ଦ୍ର କୁମାର ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ଆଧ୍ୟାତ୍ମିକ ବୈଠକରେ ଗୀତା ବିଦ୍ୟାଳୟର ପ୍ରତିଷ୍ଠାତା ଗଦାଧର ମହାରଣା, ସଭାପତି ସରୋଜିନୀ ପତି ସମ୍ପାଦକ ପ୍ରବୀର ତରେଇ ଟାଙ୍ଗୀ ଗୀତା ଭବନର ସଭାପତି ଡ଼. ମଧୁସୂଦନ ସେନାପତି ଦିଗଦର୍ଶକ ବିନୋଦ ସେନାପତି, ଗୀତା ସେବୀ ମଧୁସ୍ମିତା ପ୍ରଧାନ ମହେଶ୍ୱର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ. ଦୁର୍ଗା ଚରଣ ଚିଲିକା ଡ଼ିଗ୍ରୀମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସୁଶୀଲ କୁମାର ରଣା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ. ପ୍ରାରମ୍ଭରେ ସ୍କାଉଟ ଗାଇଡ଼ ଛାତ୍ରୀ ସ୍ୱାଗତ ଜଣାଇ ଫୁଲତୋଡ଼ା ଓ ଉତ୍ତରୀୟ ଦେଇଥିଲେ ଜେ ଆର ସି ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ. ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ଲଷ୍ମୀପ୍ରିୟା ସାହୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବାରୁ ଗୀତା ବିଦ୍ୟାଳୟ ତରଫରୁ ପ୍ରତିଷ୍ଠାତା ଶ୍ରୀ ମହାରଣା ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ.ଗୀତା ବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଗୀତା ଓତରୀୟ ପ୍ରଦାନ କରାଯାଇ ଥିଲା.

Post a Comment

0 Comments