ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶେରଗଡ଼ ରେ ଯୁବରେଡ଼କ୍ରସ ତାଲିମ ଶିବିର



ଶେରଗଡ଼ ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶେରଗଡ଼ ପରିସରରେ ଯୁବ ରେଡ଼କ୍ରସ ୟୁନିଟରେ ନୂତନ ଭାବେ ଯୋଗ ଦେଇଥିବା 50 ଜଣ ସ୍ବେଛାସେବୀଙ୍କୁ ନେଇ ଏକ ପ୍ରାରମ୍ଭିକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ବେଦପାଠ ଓ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଦ୍ଵିତୀୟ ବର୍ଷ କଳା ବିଭାଗର ଛାତ୍ରୀ ସୁଶ୍ରୀ କାଜଲ ବେହେରା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ତତ୍ପରେ ଯୁବ ରେଡ଼କ୍ରସ କାଉନସେଲର ଶ୍ରୀ ପବିତ୍ର ନାରାୟଣ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ରେଡ଼କ୍ରସ ସଂସ୍ଥା ଉତ୍ପତ୍ତିର ଇତିହାସ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ବାଡ଼ତ୍ୟା ରେଡ଼କ୍ରସର 7ଟି ମୂଳମନ୍ତ୍ର ଯଥା ମାନବିକତା, ନିରପେକ୍ଷତା,ନିଷ୍ପକ୍ଷତା,ସ୍ୱାଧୀନତା,ସ୍ୱାର୍ଥ ବିହୀନ ସ୍ଵ-ଇଛାରେ ସେବା, ଏକତ୍ୱଭାବ ଏବଂ ସାର୍ବଜନୀନତା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ଅନୁଷ୍ଠାନର ପ୍ରଶାସନିକ ଅଧୀକ୍ଷକ ଶ୍ରୀଯୁକ୍ତ ଶିଶିରକାନ୍ତ ତ୍ରିପାଠୀ ମହୋଦୟ ସ୍ବେଛାସେବୀ ମାନଙ୍କୁ "ମାନବ ସେବା ହିଁ ମାଧବ ସେବା"ର ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ସ୍ବେଛାସେବୀମାନେ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସଠିକ ଭାବେ ସମ୍ପାଦନ କରିବା ପାଇଁ ଶପଥପାଠ କରିଥିଲେ। ଛାତ୍ରୀ ସୁଶ୍ରୀ ଆଦ୍ୟାଶା ସୁଚରିତା ଓ ସମିତା ପାତ୍ରଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ମହିଳା କାଉନସେଲର ସୁଶ୍ରୀ ମନୀଷା ରାଣୀ ସାହୁ ନିଜ ସଂକ୍ଷିପ୍ତ ବକ୍ତବ୍ୟରେ ନାରୀଶକ୍ତି ଆଗକୁ ନେବା ପାଇଁ ଛାତ୍ରୀମାନଙ୍କୁ ଭଲଭାବରେ ବୁଝାଇବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସମସ୍ତ ଶୈକ୍ଷିକ ଓ ଅଣଶୈକ୍ଷିକ କର୍ମଚାରୀ ସହଯୋଗ କରିଥିଲେ।

Post a Comment

0 Comments