ଦଶପଲ୍ଲା ୨୧/୯ ଦଶପଲ୍ଲା ବ୍ଲକ ଦୁଆରଗାଁ ଠାରେ ଥିବା ଆଦର୍ଶ ବିଦ୍ୟାଳୟ ଠାରେ ଆଦର୍ଶ ବିଦ୍ୟାଳୟ ର ୧୧ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି, ଵିଦ୍ୟାଳୟ ପରିସରରେ ଵିଦ୍ୟାଳୟ ର ଅଧ୍ୟକ୍ଷ ଵିଜୟ କୁମାର ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ , ସମ୍ମାନୀତ ଅତିଥି ଭାବେ ସିଆର ସିସି ଭଗବାନ ଦେହୁରୀ, ଡିହଗାଁ ପଂଚାୟତ ର ସରପଞ୍ଚ ବରୁଣ ପାତ୍ର,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କାଶିନାଥ ମିଶ୍ର ଏବଂ ପଞ୍ଚାନନ ସାହୁ ଯୋଗଦାନ କରିଥିଲେ, ଉତ୍ସବ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,
ଅପରାହ୍ନ ରେ ଉତ୍ସଵର ଉଦଯାପନ ଦିବସ ରେ ଵିଦ୍ୟା ଳୟ ଅଧ୍ୟକ୍ଷଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଅବସର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଵିଭୂଦତ୍ତ ମହାପାତ୍ର ଯୋଗଦାନ କରିଥିଲେ, ଉତ୍ସବ ରେ ବିଭିନ୍ନ ପ୍ରତିଯୋଗିତା କୃତୀ ଛାତ୍ରୀ ଛାତ୍ର ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ, ଉକ୍ତ କାର୍ଯ୍ୟକ୍ରମକୁ ଵିଦ୍ୟା ଳୟ ଶିକ୍ଷୟତ୍ରୀ ଲିଜା ମଛୁଆ,ମିନର୍ଭା
ମନସ୍ଵିନୀ ନାୟକ , ଶିକ୍ଷକ ନରେନ୍ଦ୍ର ବାରିକ, ପରିଚାଳନା କରିଥିବା ବେଳେ ଶିକ୍ଷକ ଭାସ୍କର ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ, ଵିଦ୍ୟା ଳୟ ର ସମସ୍ତ ଶିକ୍ଷୟିତ୍ରୀ ଏବଂ ଶିକ୍ଷକ ବୃନ୍ଦ ଏଥିରେ ସହଯୋଗ କରିଥିଲେ,

0 Comments