ଜିନ୍ଦଲ କମ୍ପାନୀ ଆନୁକୂଲ୍ୟରେ ରାଜମିସ୍ତ୍ରୀ ସମ୍ମିଳନୀ

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ନୂଆଗାଁ ସଦର ମହକୁମାରେ ଥିବା ଆଦର୍ଶ କମ୍ପୁଟର ମଧ୍ୟରେ ଆଜି ଜିନ୍ଦଲ  କମ୍ପାନୀ ଆନୁକୂଲ୍ୟରେ ଆଜି ରାଜମିସ୍ତ୍ରୀ ସମ୍ମିଳନୀ  ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ ଅଞ୍ଚଳର ରାଜମିସ୍ତ୍ରୀ ମାନଙ୍କୁ ନେଇ ଏକ ସମ୍ମିଳନୀ  ଅନୁଷ୍ଠିତ ହୋଇଥିଲା । ଜିନ୍ଦଲ  ସିମେଣ୍ଟ ଆସିଷ୍ଟାଣ୍ଡ ମ୍ୟାନେଜର ଜଗମୋହନ ପଟ୍ଟନାୟକ ଓ ଅଶୋକ କୁମାର ବେହେରା କନିଷ୍ଠ ଯନ୍ତ୍ରୀ  ଉପସ୍ଥିତ ରହିଥିଲେ । ଡିଲର    ସାଇକ୍ରୀଷ୍ଣା  ଟ୍ରେଡର ର  ମା ବାଗଦେବୀ ସିମେଣ୍ଟ  ଷ୍ଟୋର ର ଉପକ୍ରେତା  ଲକ୍ଷ୍ମୀଧର ପ୍ରଧାନ ଙ୍କ ଆନୁକୂଲ୍ୟରେ ସମ୍ମିଳନୀ  ଅନୁଷ୍ଠିତ ହୋଇଥିଲା । ଜିନ୍ଦଲ ସିମେଣ୍ଟ ନୂଆକରି ବଜାରକୁ ପ୍ରବେଶ କରିଥିବାରୁ ସିମେଣ୍ଟ ର ଆବଶ୍ୟକତା ଓ ବ୍ୟବହାର ଉପକାରିତା କୁ  ମିସ୍ତ୍ରୀ ମାନଙ୍କୁ ବୁଝାଇଥିଲେ । ଆଜିର ଏହି ସମ୍ମିଳନୀ  ରେ    ନୂଆଗାଁ ଅଞ୍ଚଳର ରାଜକିଶ୍ଵର ପ୍ରଧାନ ,ଉଷାକାନ୍ତ ଖଣ୍ଡୁଆଳ ,ବାଲାଜୀ  ପଟ୍ଟନାୟକ ,ଜଳେଶ୍ବର ନାୟକ ,ନରେନ୍ଦ୍ର ଖଟୁଆ ,ମନୋଜ କୁମାର ସାହୁ ,ବୁଲୁ ପ୍ରଧାନ ,ସତ୍ୟବାଦୀ କରଣ,ପ୍ରହଲାଦ ପ୍ରଧାନ  ,ସତ୍ୟ ମାର୍ଥା,ସୁଦର୍ଶନ ପ୍ରଧାନ (ସାନୁ ) ସମେତ ବହୁ ବରିଷ୍ଠ ରାଜମିସ୍ତ୍ରୀ  ମାନେ ଯୋଗ ଦେଇଥିଲେ ।     

Post a Comment

0 Comments