ନୟାଗଡ଼ ପ୍ରଜାମଣ୍ଡଳ ମହିଳା ଡିଗ୍ରୀ ମହା ବିଦ୍ୟାଳୟରେ ଆଜି ମନସ୍ତତ୍ତ୍ବ

  


 ବିଭାଗ ତରଫରୁ "ବିଶ୍ଵ ଆତ୍ମହତ୍ୟା ନିରୋଧ" ଦିବସ ପାଳନ କରାଯାଇଛି। ବିଭାଗିୟ ମୁଖ୍ୟା ଅନ୍ୱେଷା ମହାନ୍ତି ପ୍ରଦୀପ ପ୍ରଜ୍ବଳନ କରି ସଭା ଉଦଘାଟନ କରିବା ସହ ଆତ୍ମହତ୍ୟା କିଭଳି ଏକ ଗୁରୁତ୍ବପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା ଭାବରେ ସମଗ୍ର ବିଶ୍ବକୁ କବଳିତ କଲାଣି ସେ ବିଷୟରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ପଟ୍ଟନାୟକ ଅବସାଦରୁ ମୁକ୍ତ ହୋଇ ଏକ ସଫଳ ଜୀବନ ପାଇଁ ଯୋଗ ଓ ପ୍ରାଣାୟାମର ଭୂମିକାକୁ ରେଖାଙ୍କିତ କରିଥିବାବେଳେ ମୁଖ୍ୟ ପ୍ରାଶାସନିକ ଅଧିକାରୀ ଶ୍ରୀମତୀ କ୍ରିଷ୍ଣା କୁମାରୀ ଦାଶ ଛାତ୍ରୀମାନେ ବିଫଳତାକୁ ନ ଡରି ବିଭିନ୍ନ କ୍ଷେତ୍ରରେ ନିଜ ପ୍ରତିଭାର ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ YRC ମୁଖ୍ୟ ଶ୍ରୀମତୀ ମିନାକ୍ଷୀବାଳା ମିଶ୍ର, ବିଜୟ ମହାପାତ୍ର ଏବଂ ଶ୍ରୀମତୀ କାଦମ୍ବିନୀ ଯାଦବ ନିଜ ନିଜର ମତ ରଖିଥିଲେ। ମିସ୍ ସ୍ଵାଗତିକା ମିଶ୍ର, ନନ୍ଦିନୀ ପରିଡା, ବିଷ୍ଣୁପ୍ରିୟା ପୃଷ୍ଟି " *ମହାବିଦ୍ୟାଳୟରେ* *ଛାତ୍ରଛାତ୍ରୀମାନଙ୍କ* *ମଧ୍ଯରେ* *ଆତ୍ମହତ୍ୟାକୁ* *ବୁଝିବା :* *ଅନ୍ତକ୍ଷେପ* *ପାଇଁ* *ପଦକ୍ଷେପ* " ବିଷୟରେ ନିଜ ନିଜର ପ୍ରବନ୍ଧ ପାଠ କରିଥିଲେ। ପରିଶେଷରେ ଶେଷ ବର୍ଷ ଛାତ୍ରୀ ଶ୍ରଦ୍ଧାଞ୍ଜଳି ଶାସମଲ ସମ୍ପାନର ସଫଳତା ପାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ।


Post a Comment

0 Comments