ଗତକାଲି ରାତିରେ ବାହାଡ଼ା ଝୋଲା ବିଟ୍ ହାଉସ୍ ନିକଟସ୍ଥ

 


ପୋଡ଼ା ସାହି ଅଂଚଳରେ ହାତୀ ଦଳିଦେଲେ ଧାନ ଫସଲ।

ବାହାଡ଼ା ଝୋଲା /୧୯/୦୯/ ଆପ୍ର - ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବେରୁଆବାରୀ ପଂଚାୟତର ପୋଡ଼ା ସାହି ଓ ମାଣ୍ଟୁ ଖମଣ ଅଂଚଳରେ (୭) ପଟିଆ ହାତିପଲ ଉତ୍ପାତ ହେଉଥିବା ଅଂଚଳ ବାସୀ ଅଭିଯୋଗ କରିଛନ୍ତି।ବେରୁଆବାରୀ ପଂଚାୟତର ପୋଡ଼ା ସାହି ଗ୍ରାମର ପ୍ରମୋଦ କୁମାର ସାହୁ,ଓ ଗୋବର୍ଦ୍ଧନ ସାହୁ  ଦାମ ନାୟକ, ସୁଦାମ ନାୟକ ଙ୍କ ସହିତ ମାଣ୍ଟୁଖମଣ ଗ୍ରାମର ଭଗବାନ ପ୍ରଧାନ ଙ୍କ  ଧାନ ଗଛ ପୁଡା ଧରିବା ସମୟ ରେ ସାତଟକିଆ ହାତିପଲ୍ଲ ଦଳି ଚକଟି ନଷ୍ଟ କରିଛନ୍ତି।ଚାଷୀ ଭାଙ୍ଗି ପଡିଥିବା ବେଳେ।ବାହାଡ଼ା ଝୋଲା ଫରେଷ୍ଟର ମନୋଜ କୁମାର ସେଠୀ ଙ୍କ ମତାମତ ନେଇଥିଲୁ ସେ କହିଛନ୍ତି ଆସନ୍ତା କାଲି ଜାଇ ଦେଖି ସରକାର ଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବାପାଇଁ କହିଛନ୍ତି।

Post a Comment

0 Comments