ନୟାଗଡ଼ ଜିଲ୍ଲା ଆଜି ଅପରାହ୍ନ ୧ ଘଟିକା ସମୟରେ ଖଣ୍ଡପଡା ସ୍ଥିତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମମାଟି ଓ ବାସଗୃହ ପରିଦର୍ଶନ କଲେ ଓଡ଼ିଶାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ। ତତ୍ ସହିତ ଆଜିର କାର୍ଯ୍ୟକ୍ରମ ରେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଉପସ୍ଥିତ ରହିଥିଲେ। ପଠାଣି ସାମନ୍ତଙ୍କ ବାସଗୃହ ଏବେ ନୂତନ କୋଠାରେ ପରିଣତ ହୋଇ ସାରିଥିବା ବେଳେ ସାମନ୍ତଙ୍କ ସ୍ମୃତି ବଞ୍ଚେଇ ରଖିବା ଉଦ୍ଧେଶ୍ୟରେ ତାଙ୍କ ପରିବାର ପକ୍ଷରୁ ଏକ ମାତ୍ର ଚାଳ ଛପର ଘରକୁ ସୁରକ୍ଷିତ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଯାହା ଦେଖି ମାନ୍ୟବର ବାଚସ୍ପତି ମହୋଦୟ ଏବଂ ମନ୍ତ୍ରୀ ଭାବପ୍ରବଣ ହୋଇ ଉଠିବା ସହ ସେଗୁଡ଼ିକର ସୁରକ୍ଷା ଏବଂ ସାମନ୍ତଙ୍କ ସ୍ମୃତିକୁ ଉଦଜିବିତ ରଖିବା ଦିଗରେ ଆମ ସରକାର ସ୍ବତନ୍ତ୍ର ବ୍ୟବସ୍ଥା ହାତକୁ ନେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।
0 Comments