ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

 



ବ୍ଲକସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ଉପଲକ୍ଷେ ବ୍ଲକ ପ୍ରଶାସନ ପକ୍ଷରୁ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ, ନୂଆଗାଁ ଉଚ୍ଚ ବିଦ୍ୟାଳୟ, ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ନୂଆଗାଁ ଡିଗ୍ରୀ କଲେଜରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ତର୍କ, ପ୍ରବନ୍ଧ, ସଙ୍ଗୀତ ଏବଂ ସାଧାରଣଜ୍ଞାନ ଆଦି ବିଭିନ୍ନ ବିଭାଗରେ ପ୍ରତିଯୋଗିତା ହୋଇଥିଲା। ଏଥିରେ ଉପକନିଷ୍ଠ, କନିଷ୍ଠ, ବରିଷ୍ଠ, ଉଚ୍ଚ ମାଧ୍ୟମିକ ଏବଂ ମହାବିଦ୍ୟାଳୟ ସ୍ତରରେ ପ୍ରଥମ ଶ୍ରେଣୀରୁ ଯୁକ୍ତ ୩ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ଏଥିରେ ବିଚାରକ ଭାବେ ପ୍ରଫୁଲ୍ଲ ବାରିକି, ମଦନ ମୋହନ ପ୍ରଧାନ, ଭିକାରୀ ଚରଣ ସ୍ବାଇଁ, ଭଜମନ ପରିଡା, ଶ୍ୟାମ ସୁନ୍ଦର ସିଠ, ଅମ୍ରିତା ପ୍ରିୟଦର୍ଶିନୀ ପ୍ରଧାନ, ଉପେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗ ଦେଇ ମୂଲ୍ୟାଙ୍କନ କରିଥିଲେ। କାର୍ଯ୍ୟକ୍ରମକୁ ନୂଆଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୀମସେନ ଦାସ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସହେଯାଗ କରିଥିଲେ।


Post a Comment

0 Comments