ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି କଳାକାର ମହାସଂଘ ବୈଠକ

 


ଦଶପଲ୍ଲା ୨୦/୮( ) ବୁଧବାର ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି କଳାକାର ମହାସଂଘ ଦଶପଲ୍ଲା ତରଫରୁ ସଭାପତି ବନମାଳୀ ରଣl ଓ ସଂଯୋଜକ କିଶୋର ଚନ୍ଦ୍ର ଦଳବେହେରାଙ୍କ ନେତୃତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ନବକିଶୋର ପ୍ରଧାନ, ପ୍ରଶାନ୍ତ ସାହୁ, ରାଜ କିଶୋର ପ୍ରଧାନ, ଭୀମ ସେନ ସାହୁ, ବିଜୟ କେତନ ଶତପଥୀ, ସମ୍ପଦ, ବୃନ୍ଦାବନ ପ୍ରଧାନ କୋଷାଧକ୍ଷ, ଶ୍ରୀଧର ମିଶ୍ର, ବିମ୍ବାଧର ସାହୁ ,ବସନ୍ତ ରଣା ପୂର୍ଣ୍ଣ ଚନ୍ଦ୍ରବେହେରା ଆଦି ବରିଷ୍ଠ କଳାକାର ସମେତ ପ୍ରାୟ ୪00କଳାକାର ଦଶପଲ୍ଲା ଶିକ୍ଷକ ଭବନ ରେ ଉପସ୍ଥିତ ହୋଇ ନିଜ ନିଜ ଜୀବନ ଜୀବିକା କଳାକାର ମାନଙ୍କ ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା କରି ସରକାରଙ୍କୁ ଦାବୀ ଉପସ୍ଥାପନା କରିବା ପାଇଁ ସର୍ବ ସମ୍ମତି ପ୍ରଦାନ କରିଥିଲେ, କଳାକାର ମାନଙ୍କ ଙ୍କୁ ସର୍ଭେ କରି ଭତ୍ତା ପ୍ରଦାନ ପାଇଁ ଆଲୋଚନା ହୋଇ ଥିଲା, ପ୍ରତି ଗାଁ ଗାଁ ରେ ଭାଗବତ ଟୁଙ୍ଗି ପାଲା, ନାମ ଘର ପାଠାଗାର, ଆଖଡ଼ା ଘର, କଳାକାର ମାନଙ୍କ ପାଇଁ ପୋଷାକ, ବାଦ୍ୟ ଯନ୍ତ୍ର, ଡାକ ବାଜି ଯନ୍ତ୍ର, ଏବଂ କଳାକାର ମାନଙ୍କ ଭତା ବୃଦ୍ଧି ପାଇଁ ଆଜି ସରକାର ଙ୍କ ଠାରେ ଦାବୀ ଉପସ୍ଥାପନା କରିବା ପାଇଁ ଆଜିକା ବୈଠକ ରେ ଆଲୋଚନା ହୋଇ ଥିଲା, ତତ ସହିତ ବୃକ୍ଷ ରୋପଣ, ଗୋପାଳନ ପାଇଁ ବୈଠକ ରେ ଗୁରୁତ୍ୱ ଦିଆଯାଇ ଥିଲା, ସଭାକୁ କଳାକାର ମହାସଂଘ ସଂଯୋଜକ ସଭା ପରିଚାଳନା କରିଥିଲେ ଏବଂ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ ଉକ୍ତ ବୈଠକ କୁ ରାଜ୍ୟ ସଭାପତି ପ୍ରଭାତ ରଞ୍ଜନ ବିଶ୍ୱାଳ ଭିଡ଼ିଓ କନଫରେନ୍ସ ରେ ଉପସ୍ଥିତ କଳାକାର ମାନଙ୍କୁ ସ୍ୱାଗତ କରି ଥିଲେ, ବୈଠକ ରେ ୨୦ଟି ପଂଚାୟତ ଓ ଏନ୍ ଏସି ର ଵହୁ କଳାକାର ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରି ଥିଲେ,

Post a Comment

0 Comments