ରାଖୀ ପୂର୍ଣ୍ଣୀମାର ଅବ୍ୟବହିତ ପୂର୍ବରୁ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ପ୍ରାଙ୍ଗଣରେ ଏକ ନିଆରା ଢଙ୍ଗରେ ରାଖି ବନ୍ଧନ କାର୍ଯ୍ୟକ୍ରମ

 Raksha Bandhan -an An awareness program on HIV/AIDS in Nayagarh Prajamandal Mahila Mahavidyalaya.



 ରାଖୀ ପୂର୍ଣ୍ଣୀମାର ଅବ୍ୟବହିତ ପୂର୍ବରୁ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ପ୍ରାଙ୍ଗଣରେ ଏକ  ନିଆରା ଢଙ୍ଗରେ ରାଖି ବନ୍ଧନ କାର୍ଯ୍ୟକ୍ରମ କରାଯାଇଅଛି । ପ୍ରକୃତ ପକ୍ଷରେ ଏହା ଏକ HIV  ସଚେତନତା କାର୍ଯ୍ୟକ୍ରମ । ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ତଥା ରେଡ୍ ରିବନ କ୍ଳବ୍ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ରାଉତରାୟ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । 

HIV ର ପ୍ରତୀକ ସ୍ଵରୂପ ରେଡ୍ ରିବନ ରାକ୍ଷୀ ସ୍ଵେଚ୍ଛାସେବୀ ମାନେ ତିଆରି କରି ମହା ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ , ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ମାନଙ୍କ ହାତରେ ବାନ୍ଧି ଥିଲେ।


HIV ସଚେତନତା ନିମନ୍ତେ ଯୁବ ରେଡକ୍ରସ୍ ତଥା ରେଡ୍ ରିବନ କ୍ଳବ୍ କୋଡିନେଟର ଶ୍ରୀମତୀ ମିନାକ୍ଷୀ ବାଳା ମିଶ୍ରଙ୍କ ତତ୍ତ୍ୱାବଧାନରେ ଏକ ସଭା ଆୟୋଜନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଚିକିତ୍ସାଳୟର ICTC-1 କାଉନସିଲର ଶ୍ରୀ ଦେବାଶିଷ ସିଂ ଏବଂ ଅଶୋକ କୁମାର ନାୟକ ଉପସ୍ଥିତ ରହି ସ୍ଵେଚ୍ଛାସେବୀ ଏବଂ ଛାତ୍ରୀ ମାନଙ୍କୁ HIV ର ମୂଳ ବିଜ୍ଞାନ,ସଂକ୍ରମଣ ,କାରଣ ଏବଂ ସଂକ୍ରମଣ ରୋକିବା ର ଉପାୟ ବିଷୟରେ ଆଲୋଚନା କରିଥିଲେ ।    "ଯୁବ ପିଢୀ ସଚେତନ ହେଲେ, ସମାଜ ସଚେତନ ହେବ ଏବଂ ନୂତନ ସମାଜ ନିର୍ମିତ ହେବ" - ଏହି ଉକ୍ତି ରଖିଥିଲେ ଅଧ୍ୟକ୍ଷା ଶ୍ରୀମତୀ ରାଉତରାୟ । ନୟାଗଡ଼ ଜିଲ୍ଲାରେ ଏକ ଶ୍ରେଷ୍ଠ ରେଡ୍ ରିବନ କ୍ଳବ୍ ନିମନ୍ତେ ପୁରସ୍କୃତ ହୋଇଥିବାର ସୂଚନା ଶ୍ରୀମତୀ ମିନାକ୍ଷୀ ମିଶ୍ର  ଦେଇଥିଲେ।


 HIV ପର୍ଯ୍ୟବେଶିତ ସଚେତନତା କାର୍ଯ୍ୟକ୍ରମ ଆଗକୁ ଆୟୋଜନ କରାଯିବାର ଯୋଜନା ରହିଛି ବୋଲି ଶ୍ରୀମତୀ ମିଶ୍ର ସୂଚନା ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଶ୍ରୀମତୀ ରୀନା ବାଳା ଆଚାର୍ଯ୍ୟ, ଅନ୍ୱେଷା ମହାନ୍ତି,ମଧୁପର୍ନା ସାମଲ, ସୋମା କାଲିଆ, ରଚିତା ଚୋଧୂରୀ, ସରସ୍ଵତୀ ପ୍ରଧାନ,ପୂଜା ଜୟସିଂହ, ସସ୍ମିତା ନାୟକ, ଅଧ୍ୟାପକ ଭୁବନେଶ୍ୱର ବେହେରା, କୃଷ୍ଣ  ଚନ୍ଦ୍ର ଦାଶ, ପୁଷ୍ପାଞ୍ଜଳି ତ୍ରିପାଠୀ, ନନ୍ଦିତା ଜେନା, କାଦମ୍ବିନୀ ଯାଦବ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶ୍ରୀମତୀ ସବିତା ବାଳା ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments