କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ ଦିନିକିଆ ଅନୁଗୋଳ ଗ୍ରସ୍ତ

 



କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଦିନିକିଆ ଅନୁଗୋଳ ଗ୍ରସ୍ତରେ ଆସି ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେ ବିଭିନ କାର୍ଯ୍ୟକ୍ରମ ର ଶିଳାନ୍ୟାସ କରିବା ସହ ଉଦଘାଟନ କରିଥିଲେ l ପି ଏମ ଶ୍ରୀ ପବିତ୍ର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରାୟ ପାଞ୍ଚ କୋଟି ରୁ ଉର୍ଦ୍ଧ ଟଙ୍କା ର ପ୍ରକଳ୍ପ ର ଉଦଘାଟନ ଓ ଶିଳାନ୍ୟାସ କରିବା ସହ ଅତିରିକ୍ତ ଶ୍ରେଣୀ ଗୃହ, ରୋଷେଇ ଘର ସହ ଭୋଜନଳୟ, ଏବଂ ଶହେ ଶର୍ଯ୍ୟା ବିଶିଷ୍ଟ ଛାତ୍ରବାସ ଓ ବିଜ୍ଞାନ ପ୍ରୟୋଗଶାଳା ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l କଣିହାଁ ପ୍ରଜାମଣ୍ଡଳ ଭବନ ର ଭୂମିପୂଜନ କରିବା ସହ ଟିକିରା ସେତୁର ଶୁଭ ଉଦଘାଟନ କରି ଗଣେଶ ପୂଜାରେ ଛାତ୍ର ଛାତ୍ରୀ ଙ୍କ ସହ ଏକାଠି ବସି ପ୍ରସାଦ ସେବନ କରିଥିଲେ l ଏହି ଗ୍ରସ୍ତ କାଳରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନ ର ପୁରୋଧା ସ୍ବର୍ଗତ ପବିତ୍ର ମୋହନ ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ଓ ତାଳଚେର ପ୍ରଜାମଣ୍ଡଳ ସହିଦ ସ୍ମୃତି ସ୍ତମ୍ଭ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l କେନ୍ଦ୍ର ମନ୍ତ୍ରୀ ଙ୍କୁ କଣିହାଁ ଅଂଚଳରେ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l


Post a Comment

0 Comments