୧୧ରୁ ସମୂହ ଛୁଟିରେ ଯିବେ ଅମଲା

 



ଓଡ଼ିଶା ରାଜସ୍ବ ଅମଲା ସଂଘର ଏକ ଗୁରୁତ୍ବପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତି ଅନୁସାରେ ନୂଆଗାଁ ବ୍ଲକ କାର୍ଯ୍ୟାଳୟ ସହ ତହସିଲ, ଶିଶୁ ବିକାଶ ପ୍ରକଳ୍ପ ଆଦି କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ଅମଲା ମାନେ ଆସନ୍ତା ୧୧ ତାରିଖରୁ ସାମୂହିକ ଛୁଟିରେ ଯିବା ପାଇଁ ନୂଆଗାଁ ତହସିଲଦାର ଏବଂ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ବ୍ଲକ ସ୍ତରରେ କାର୍ଯ୍ୟରତ ରାଜସ୍ବ ଅମଲାଙ୍କର ଦୀର୍ଘଦିନର ଦାବି ପୂରଣ କରିବା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରୁଥିବା ଯୋଗୁଁ ବ୍ଲକ ସ୍ତରରେ ଅମଲାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଦାବି ଗୁଡ଼ିକ ମଧ୍ୟରେ ରାଜସ୍ବ ଅମଲାଙ୍କ ମୂଳ ଦରମା ଓଆରଏସପି–୨୦୧୭ ନିୟମ ଅନୁଯାୟୀ ଲେଭଲ–୯କୁ ବୃଦ୍ଧି, ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ, ସ୍ବାସ୍ଥ୍ୟ ବୀମା ଲାଗୁ, ପୁନଃ ଥଇଥାନ ଯୋଜନାର ନିୟମାବଳୀକୁ ସମ୍ପୂର୍ଣ୍ଣ ଉଚ୍ଛେଦ, ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତରେ ନିଯୁକ୍ତି ଆଦି ଦାବି ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ଏବଂ ବିଭିନ୍ନ ମାଧ୍ୟମରେ ପତ୍ରାଳାପ କରିବା ସହିତ ବିଭିନ୍ନ ସ୍ତରରେ ଆଲୋଚନା ମଧ୍ୟ ହୋଇସାରିଛି, କିନ୍ତୁ ଉପରୋକ୍ତ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ପରେ ମଧ୍ୟ ବର୍ତ୍ତମାନ ଏଯାଏଁ ଫଳ ଶୂନ୍ୟ ହୋଇଅଛି । ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ଓ ନିଷ୍ପତି ନେବାରେ ବିଫଳ ହେବା ପରିପ୍ରେକ୍ଷୀରେ ରାଜସ୍ବ ଅମଲା ମାନେ ଆସନ୍ତା ୧୧ ତାରିଖ ଠାରୁ ଅନିଦ୍ଧିର୍ଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ଯିବା ପାଇଁ ନିଷ୍ପତି ନେଇଥିବା ଜଣାଇଛନ୍ତି। ଆଜି ନୂଆଗାଁ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଜିତେନ୍ଦ୍ର କୁମାର ମିଶ୍ର, ବରୁଣ ମଲ୍ଲିକ, ନିରଞ୍ଜନ ସାଥୁଆ, ବିଭୁ ପ୍ରସାଦ ପ୍ରଧାନ, ରାଜେଶ କୁମାର ଲେଙ୍କା, ମହେଶ୍ବର ନାୟକ ପ୍ରମୁଖ ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି

Post a Comment

0 Comments