ନିଶାମୁକ୍ତ ଭାରତ ଅଭିଯାନ ସଚେତନତା

 



ନୂଆଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଆଜି ନିଶାମୁକ୍ତ ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିଶାଦ୍ରବ୍ୟ ସେବନ କରିବା ଦ୍ବାରା ତାହା କେଉଁଭଳି ଭାବେ ପରିବାର ଏବଂ ସମାଜ ଉପରେ ପ୍ରଭାବ ପଡୁଛି, ସେ ବାବଦରେ ଆଲୋଚନା କରାଯିବା ସହିତ ଲୋକମାନଙ୍କୁ କିଭଳି ଭାବେ ନିଶା ଠାରୁ ଦୂରେଇ ରଖାଯାଇପାରିବ ସେହି ଉପରେ ସଚେତନ କରାଯାଇଥିଲା। ନିଶା ସେବନ ନକରିବା ପାଇଁ ସଭାଗୃହରେ ଉପସ୍ଥିତ ଥିବା ଅଧିକାରୀ ଏବଂ ଜନସାଧାରଣ ଶପଥପାଠ କରିଥିଲେ। ଏଥିସହିତ ନିଶା ନିବାରଣ ସଚେତନତା ଉପରେ ନୂଆଗାଁ ଗ୍ରାମପଂଚାୟତର ମହିଳା ମାନେ ଏକ ଝୋଟି ପ୍ରଦର୍ଶନ କରିଥିବା ବେଳେ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ନୂଆଗାଁ ବିଡିଓ ଡ. ଅମୃତ କୁମାର ରାଉଳ, ଅତିରିକ୍ତ ବିଡିଓ ମୀନକେତନ ବେହେରା, ଜିପିଡିଓ ସାଧୁ ଚରଣ ସାହୁ, ସାମାଜିକ ସୁରକ୍ଷା ଅଧିକାରୀ ସ୍ବର୍ଣ୍ଣସାରିକା ଜେନା, ଡବ୍ଲୁଇଓ ଯଜ୍ଞେଶ୍ବର ନାୟକ, କନିଷ୍ଠ ଯନ୍ତ୍ରୀ ନେତ୍ରରଞ୍ଜନ ମିଶ୍ର, ଦୀପକ ରଞ୍ଜନ ରାଉତ, ଦେବେନ୍ଦ୍ର ମହାପାତ୍ର, ସିପି ତୁଷାରକାନ୍ତ ପାଣିଗ୍ରାହୀ, କନିଷ୍ଠ ସହାୟକ ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Post a Comment

0 Comments