ନିଆରା ଢଙ୍ଗରେ ରେଡରୀବନ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

 


 ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ପୂର୍ଣ୍ଣୀମାର ଅବ୍ୟବହିତ ପୂର୍ବରୁ ଏକ ନିଆରା ଢଙ୍ଗରେ ରେଡରୀବନ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. । ପ୍ରକୃତ ପକ୍ଷରେ ଏହା ଏକ HIV ସଚେତନତା କାର୍ଯ୍ୟକ୍ରମ । ବିଦ୍ୟାଳୟର ଯୁବ ରେଡକ୍ରସ୍ ତଥା ରେଡ୍ ରିବନ କ୍ଳବ୍ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅଧ୍ୟକ୍ଷ ବିଜୟ ସାହୁଙ୍କ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । 

HIV ର ପ୍ରତୀକ ସ୍ଵରୂପ ରେଡ୍ ରିବନ ରାକ୍ଷୀ ସ୍ଵେଚ୍ଛାସେବୀ ମାନେ ତିଆରି କରି ମହା ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ , ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ମାନଙ୍କ ହାତରେ ବାନ୍ଧି ଥିଲେ।


HIV ସଚେତନତା ନିମନ୍ତେ ଯୁବ ରେଡକ୍ରସ୍ ତଥା ରେଡ୍ ରିବନ କ୍ଳବ୍ କୋଡିନେଟର ସତ୍ୟ ସ୍ବାଗତ ସାହୁଙ୍କ ତତ୍ତ୍ୱାବଧାନରେ ଏକ ସଭା ଆୟୋଜନ କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କୁ HIV ର ମୂଳ ବିଜ୍ଞାନ,ସଂକ୍ରମଣ ,କାରଣ ଏବଂ ସଂକ୍ରମଣ ରୋକିବା ର ଉପାୟ ବିଷୟରେ ଆଲୋଚନା କରିଥିଲେ । "ଯୁବ ପିଢୀ ସଚେତନ ହେଲେ, ସମାଜ ସଚେତନ ହେବ ଏବଂ ନୂତନ ସମାଜ ନିର୍ମିତ ହେବ" - 

 HIV ପର୍ଯ୍ୟବେଶିତ ସଚେତନତା କାର୍ଯ୍ୟକ୍ରମ ଆଗକୁ ଆୟୋଜନ କରାଯିବ.ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରାଜିଥିଲେ.

Post a Comment

0 Comments