ରାକ୍ଷୀ ପୂର୍ଣ୍ଣିମା: ଭାଇ ଭଉଣୀର ସମ୍ପର୍କ ଏକ ନାଁ ନୁହେଁ ଏକ ଦାୟିତ୍ୱ

 



 ପବିତ୍ର ରାକ୍ଷୀ ପୂର୍ଣ୍ଣିମା , ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଉଛି ଭଉଣୀ ।

ରାକ୍ଷୀ..ଭାଇ ଭଉଣୀ ସମ୍ପର୍କରେ ପ୍ରେମ ଓ ପବିତ୍ରତାର ପ୍ରତୀକ । ଭାଇ ଭଉଣୀର ସମ୍ପର୍କ ଏକ ନାଁ ନୁହେଁ ଏକ ଦାୟିତ୍ବ । ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନିଏ ଭଉଣୀ । ସମ୍ପର୍କର ସାକ୍ଷୀ ଭାବେ ରାକ୍ଷୀ ବାନ୍ଧି ଭାଇର ଶୁଭ ମନାସେ ଭଉଣୀ ।  ରାକ୍ଷୀ ପୂର୍ଣ୍ଣିମା ହେଉଛି ଭାଇ ଭଉଣୀଙ୍କ ମଧ୍ୟରେ ଏକ ଅତୁଟ ବନ୍ଧନର ପର୍ବ । ଭାଇ ଠାରୁ ସୁରକ୍ଷା ଆଶା ନେଇ ସୁରକ୍ଷାର ସୂତା ବାନ୍ଧୁଛି ଭଉଣୀ । ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ ଭାବରେ ରାକ୍ଷୀ ପୂର୍ଣ୍ଣିମା ଭାଇ-ଭଉଣୀ ସମ୍ପର୍କକୁ ମଜବୁତ କରିବା ପାଇଁ ପାଳନ କରାଯାଏ ଏହି ବିଶେଷ ଦିନରେ ଭଉଣୀମାନେ ନିଜ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ଦୀର୍ଘାୟୁ କାମନା କରନ୍ତି ।ଏହି ଅବସର ରେ ଜିଲ୍ଲା ପରିବହନ ଅଧିକାରୀ ଙ୍କ ପକ୍ଷ ରୁ ଶୁଭ ରାକ୍ଷୀ ପୁର୍ଣିମା ଅବସର ରେ ନିଆରା ପ୍ରୟାସ,, ଭାଇ ତତେ ମୋର ରହିଲା ରାଣ,ସଡ଼କ ସୁରକ୍ଷା ନିୟମ ମାନ ନାରା ଦେଇ ଟ୍ରାଫିକ ଛକ ଠାରେ ନିୟମ ପାଳନ କରିବା ପାଇଁ ରାକ୍ଷୀ ବାନ୍ଧି ସଚେତନତା କରିବା ସହିତ ଏହି ପର୍ବ କୁ ଧୁମ ଧାମ ରେ ପାଳନ କରିଛନ୍ତି, ଏହି ଅବସର ରେ ବସ ମାଲିକ ସଙ୍ଘ, ବରିଷ୍ଠ ନାଗରିକ ମଞ୍ଚ, ସହଏନ ସିସି କ୍ୟାଡଟ ର ସଦସ୍ୟ ଭଉଣି,, ପରିବହନ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ହୋଇ ଧୂମଧାମ ରେ ଏ ରକ୍ଷା ବନ୍ଧନ ପର୍ବ ପାଳନ କରିବା ସହ ଭାଇ ତତେ ମୋର ରହିଲା ରାଣ, ସଡ଼କ ସୁରକ୍ଷା ନିୟମ ମାନ ନାରା ଦେଇ ଉପସ୍ଥିତ ଥିବା ଭଉଣି ମାନେ ହାତରେ ସୁରକ୍ଷା ର ରାକ୍ଷୀ ବାନ୍ଧି ଦୀର୍ଘାୟୁ କାମନା କରିବା ସହ ପରିବହନ କାର୍ଯ୍ୟ ଳୟ ପକ୍ଷରୁ ଶୁଭେଚ୍ଛା ଜଣାଇବା ସହିତ ସଚେତନତା ବାର୍ତା ବାଣ୍ଟି ଥିଲେ

Post a Comment

0 Comments