ସିଥ୍ରୀ ଦ୍ୱାରା କ୍ଲାସ ରୁମ ଚାର୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ

 


 ନୂଆଗାଁ ବ୍ଲକ୍ ମହିପୁରଠାରେ ଥିବା ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସେଣ୍ଟର୍ ଫର୍ କାଟାଲାଇଜିଙ୍ଗ ଚେଞ୍ଜ (ସି ଥ୍ରୀ )ଦ୍ଵାରା ଏକ କ୍ଲାସ୍ ରୁମ୍ ଚାଟ୍ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା, । ଉକ୍ତ କାର୍ଯକ୍ରମ ରେ ମିନକେତନ ସ୍ମାରକୀ ସଂସ୍କୃତ ବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ଚିନ୍ମୟ ପ୍ରଧାନ ମୁଖ୍ୟ ବକ୍ତା ହିସାବରେ   ଉପସ୍ଥିତ ରହିଥିଲେ  । ଛାତ୍ରଛାତ୍ରୀ ମାନେ ସେମାନଙ୍କ ଭବିଷ୍ୟତ କିପରି ସଠିକ୍ ଭାବରେ ଚୟନ କରିବେ ସେ ବିଷୟରେ ଆଲୋଚନା କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରାଇ ଥିଲେ । ତତ ସହିତ ବାଲ୍ୟବିବାହ କୁନେଇ ସଚେତନ କରିଥିଲେ। ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ନିର୍ଧାରଣ କୁ କିଭଳି ସ୍ଥିର କରାଯାଇ ପାରିବ ଓ ନିଜର ଲକ୍ଷ୍ୟ ସ୍ଥିର ରଖି ଭବିଷ୍ୟତ ପାଇଁ ଆଜିଠାରୁ ସମୟକୁ ସଠିକ ଭାବେ ବ୍ୟବହାର କରି  ପରିଶ୍ରମ କରିବା ପାଇଁ  ନୂଆଗାଁ ର ବ୍ଲକ୍ ସଂଯୋଜିକା ସୌଜନ୍ୟା ନାୟକ ଆହ୍ବାନ ଦେଇ ଥିଲେ ଓ ସମୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ

Post a Comment

0 Comments