ଏକ ପେଡ ମା କେ ନାମ କ୍ୟାମ୍ପେନ୍ ଅଧୀନରେ ପ୍ରତି ଗ୍ରାମ ପଞ୍ଚାୟତ ରେ ବୃକ୍ଷ ରୋପଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ନୂଆଗାଁ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯୋଗ୍ୟ ଯେ, ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ଦିନ ସମଗ୍ର ଓଡ଼ିଶା ରେ ୭୫ ଲକ୍ଷ୍ୟ ଚାରା ରୋପଣ କରିବା ନିମନ୍ତେ ଓଡ଼ିଶା ସରକାର ସ୍ଥିର କରିଛନ୍ତି। ସେହି ଅନୁସାରେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ଦିନ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ରେ ୫୦୦ ବୃକ୍ଷ ରୋପଣ କରିବା ନିମନ୍ତେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶନାମା ଜାରି କରିଅଛି। ଏହି ନିର୍ଦ୍ଦେଶନାମା ଅନୁଯାୟୀ , ନୂଆଗାଁ ର ସମସ୍ତ ଗ୍ରାମ ପଞ୍ଚାୟତ ରେ ଏକ ପେଡ ମା କେ ନାମ କ୍ୟାମ୍ପେନ୍ ଅଧୀନରେ ୫୦୦ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କିପରି ସଫଳତା ର ସହ ଅନୁଷ୍ଠିତ ହେବ, ସେଥି ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ବ୍ଲକ ସ୍ତରୀୟ ସହଭାଗିତା କମିଟି ମିଟିଂ ବା ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବିଡିଓ ଡ଼ ଅମୃତ କୁମାର ରାଉଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରେ ଜଙ୍ଗଲ ବିଭାଗ ର ମହିପୁର ରେଞ୍ଜ, ନୟାଗଡ ରେଞ୍ଜ ଓ ଓଡ଼ଗାଁ ରେଞ୍ଜ ର ଅଧିକାରୀ ମାନେ, ଉଦ୍ୟାନ ବିଭାଗର ଅଧିକାରୀ , ମୃତ୍ତିକା ବିଭାଗର ଅଧିକାରୀ ମାନେ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ସରକାର ଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନା କୁ ପ୍ରତ୍ୟେକ ବିଭାଗ ଏବଂ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକ ସଫଳ ରୂପାୟନ କରିବା ପାଇଁ ବିଡ଼ିଓ ଡ଼ ରାଉଳ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସବୁ ପଞ୍ଚାୟତ ରେ ୫୦୦ ଗଛ ଲଗାଇବା ସହିତ ସେ ଗୁଡ଼ିକର ଉପଯୁକ୍ତ ରକ୍ଷଣ ବେକ୍ଷଣ କରିବା ନିମନ୍ତେ ବିଡ଼ିଓ ରାଉଳ ସମସ୍ତଙ୍କୁ ସଚେତନ ହେବା ପାଇଁ ଆହ୍ବାନ ଦେଇଥିଲେ। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ନୋଡାଲ ଅଧିକାରୀ ଭାବେ ଏବିଡ଼ିଓ ମୀନକେତନ ବେହେରା ବୈଠକ ରେ ଯୋଗ ଦେଇ, ଗଛ କୁ ବଞ୍ଚାଇ ରଖିବା ଦିଗରେ ଯତ୍ନବାନ ହେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇ ଥିଲେ। MGNREGS ଯୋଜନା ଅଧୀନରେ plantation project ଜରିଆରେ ପ୍ରତି ପଞ୍ଚାୟତ ରେ ୫୦୦ ବୃକ୍ଷ ରୋପଣ କରାଯିବ ତେଣୁ ସେହି ଅନୁସାରେ ଲେବର ଓ ମ୍ୟାଟେରିଆଲ ପେମେଣ୍ଟ କରାଯିବ ବୋଲି ଏପିଓ ଅମରେନ୍ଦ୍ର ସାହୁ କହିଥିଲେ। ସେପ୍ଟେମ୍ବର ୧୦ ତାରିଖ ଭିତରେ ଜଙ୍ଗଲ ବିଭାଗ ତରଫରୁ ସବୁ ପଞ୍ଚାୟତ କୁ ୫୦୦ ଚାରା ଯୋଗାଇ ଦିଆଯିବ ଏବଂ ୧୦ ତାରିଖ ଭିତରେ ବୃକ୍ଷ ରୋପଣ ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ କରି ଗାତ ଖୋଳା କାମ ଆଦି ସାରିଦେବା ପାଇଁ ଏପିଓ ଶ୍ରୀ ସାହୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ADEO ମାନଙ୍କୁ ବୁଝାଇ କହିଥିଲେ। ବୈଠକ ରେ ଉପସ୍ଥିତ ମହିପୂର ରେଞ୍ଜର ଅମୃତ କୁମାର ସାହୁ ବୃକ୍ଷ ରୋପଣ ର ବିଧି ବିଧାନ ସମ୍ପର୍କରେ କହିବା ସହିତ ଜଙ୍ଗଲ ବିଭାଗ ତରଫରୁ ପଞ୍ଚାୟତ କୁ କେଉଁ କେଉଁ ଗଛ ର ଚାରା ଯୋଗାଇ ଦିଆଯିବ ସେ ସମ୍ପର୍କରେ ସୂଚନା ଦେଇଥିଲେ। ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା ବୃକ୍ଷ ରୋପଣ ପ୍ରକଳ୍ପ ର ଏଷ୍ଟିମେଟ ରେ ଥିବା କେଉଁ କାମ ପାଇଁ କେତେ ଟଙ୍କା ରହିଅଛି, ସେ ବିଷୟରେ ସମସ୍ତଙ୍କୁ ବୁଝାଇ କହିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ର ସମସ୍ତ ସହକାରୀ ଯନ୍ତ୍ରୀ, ଯନ୍ତ୍ରୀ, ବିପିମ୍, ମିଶନ ଶକ୍ତି ବିଭାଗ ର ବିପିସି, ଶିକ୍ଷା ଓ ମହିଳା ଶିଶୁ ବିକାଶ ବିଭାଗ ର ଅଧିକାରୀ ଏଵଂ ନୂଆଗାଁ ବ୍ଲକ ର ସବୁ ପଞ୍ଚାୟତ ର ପଞ୍ଚାୟତ ନିର୍ବାହୀ ଅଧିକାରୀ, ADEO ଓ ଜିଆରେସ ମାନେ ଉପସ୍ଥିତ ଥିଲେ। ଏପିଓ ଅମରେନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏସିପି ସୁମନ୍ତ ପରିଡ଼ା ଓ ସନ୍ତୋଷ ପ୍ରଧାନ ସହାୟତା କରିଥିଲେ।



0 Comments