ଦଶପଲ୍ଲା ୯/୮ ଦଶପଲ୍ଲା ତହସିଲ ଅଫିସ ନିକଟରେ ଧାନ ମଣ୍ଡି ଖୋଲିବା ଦାବିରେ ବୁଧବାର ଠାରୁ ଚାଲିଥିବା ଧାରଣା ତୃତୀୟ ଦିବସରେ ପ୍ରତ୍ୟାହୃତ ହୋଇଥିଲା , ଧାରଣା ସ୍ଥଳରେ ଦଶପଲ୍ଲା ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ, ବିଭାଗୀୟ ଅଧିକାରୀ ଅନନ୍ତ ନାରାୟଣ ନାୟକ ପ୍ରମୁଖ ପହଂଚି ଧାରଣାରେ ବସିଥିବା ଚାଷୀ ଙ୍କ ସହ ଆଲୋଚନା କରି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ,ଜଳେଶ୍ବର ସମବାୟ ସମିତି, ଡିହଗାଁ ତରଫରୁ ଧାନ ମଣ୍ଡି ଖୋଲିବା ସହ ବିଭିନ୍ନ ଦାବି ନେଇ ପ୍ରଶାସନିକ ଅଧିକାରୀମାନଙ୍କୁ ଅବଗତ କରାଇ ଥିଲେ , କିନ୍ତୁ କୋୖଣସି ଦାବି ପୂରଣ ନ ହେବାରୁ ଏହି ଧାରଣା ଆରମ୍ଭ ହୋଇ ଥିଲା ଏବଂ ତୃତୀୟ ଦିବସରେ ପ୍ରତିଶ୍ରୁତି ମିଳିବା ପରେ ପ୍ରତ୍ୟାହୃତ ହୋଇଥିଲା ବୋଲି ଜଣାଯାଇଛି ,
0 Comments