ଭାରତର ଗଣତାନ୍ତ୍ରିକ ଯୁବ ଫେଡେ ରେଶନ ର ଜିଲ୍ଲା ସମ୍ମିଳନୀ

 


 ଦଶପଲ୍ଲା ୧୭/୮ ଭାରତର ଗଣତାନ୍ତ୍ରିକ ଯୁବ ଫେଡେ ରେଶନ (DYFI) ର ଦଶମ ନୟାଗଡ ଜିଲ୍ଲା ସମ୍ମିଳନୀ ଦଶପଲ୍ଲାର ଇଲେଭେନ ଷ୍ଟାର କ୍ଳବ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀର ପ୍ରାରମ୍ଭରେ ସଂଗଠନର ଜିଲ୍ଲା କମିଟି ସଭାପତି ବିରଞ୍ଚି ପ୍ରଧାନ ପତାକା ଉତ୍ତୋଳନ କଲାପରେ ସମଜପାଇ ଜୀବନ ଦେଇ ଥିବା ସହିଦ ମାନଙ୍କ ଉଦ୍ଦେଶ୍ୟରେ ସହିଦ ବେଦିରେ ସମସ୍ତ ପ୍ରତିନିଧି ଓ ଅତିଥି ମାନେ ପୁଷ୍ପ ପ୍ରଦାନ କରି ସମ୍ମିଳନୀ କକ୍ଷରେ ପ୍ରବେଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଥୀ ବିରଞ୍ଚି ପ୍ରଧାନ, ପ୍ରକାଶ ମଣ୍ଡଳ ଓ ଧିରେନ ପାତ୍ରଙ୍କୁ ନେଇ ଏକ ସଭାପତି ମଣ୍ଡଳୀ ସମ୍ମିଳନୀ ପରିଚାଳନା କରିଥିଲେ। ସମ୍ମିଳନୀକୁ ଓଡ଼ିଶା ରାଜ୍ୟ ସଭାପତି ସରୋଜ କୁମାର ନାୟକ ଉଦଘାଟନ କରି ଯୁବ ଆନ୍ଦୋଳନକୁ ଜିଲ୍ଲାରେ ଜୋର୍ ଦର୍ କରିବାକୁ ଆହ୍ବାନ ଦେଇଥିଲେ। ଜିଲ୍ଲା ସମ୍ପାଦକ ବିପିନ୍ ବିହାରୀ ବାଜୁଏକ ରାଜନୈତିକ ଓ ସାଂଗଠାନିକ ଚିଠା ରିପୋର୍ଟ ଉପସ୍ଥାପନ କଲାପରେ ଜିଲ୍ଲାରୁ ଆସିଥିବା ବିଭିନ୍ନ ବ୍ଲକର ପ୍ରତିନିଧି ମାନେ ଏହାପରେ ଗଠନ ମୂଳକ ଆଲୋଚନା କଲାପରେ ତାହା ସର୍ବ ସନ୍ମତିକ୍ରମେ ଗୃହୀତ ହୋଇଥିଲା। ଏହିସମ୍ମିଲାନିରେ ଅତିଥି ଭାବରେ ବରିଷ୍ଠ ଆଇନଜୀବି ଶରତ ଚନ୍ଦ୍ର ବେହେରା ଯୋଗଦେଇ ଯୁବ ଆନ୍ଦୋଳନର ଗୌରବମୟ ଇତିହାସ ସହିତ ଯୁବକମାନେ ବେକାରୀ ଠାରୁଆରମ୍ଭକରି ସମ୍ମୁଖୀନ ହେଉଥିବା ବହୁବିଧ ସମସ୍ୟାକୁ ଭିତ୍ତିକରି ଜିଲ୍ଲାରେ ବନ୍ଦ ହୋଇଯାଇଥିବା ଚିନିକଳ ଖୋଲିବା ସହିତ ବୃତଙ୍ଗ ଯୋଜନା କାର୍ଯ୍ୟକାରୀ କରିବା ଓ ବିଭିନ୍ନ ଦପ୍ତରରେ ଖାଲିପଡ଼ିଥିବା ପଦବୀ ତୁରନ୍ତ ପୂରଣ କରିବା ପାଇଁ ଆନ୍ଦୋଳନ ପାଇଁ ଯୁବ ସଂଗଠନ ଗଢ଼ି ତୋଳିବା ପାଇଁ ଆହ୍ବାନ ଦେଇଥିଲେ। ଏହା ପରେ ବିପିନ୍ ବାଜୁ ସମ୍ପାଦକ ,ବିରଞ୍ଚି ପ୍ରଧାନ ସଭାପତି ଓ ଧୀରେନ୍ ପାତ୍ର କୋଷାଧ୍ୟକ୍ଷ ଥାଇ ଏକ ପନ୍ଦର ଜଣିଆ ଜିଲ୍ଲା କମିଟି ନିର୍ବାଚନ କରା ଯାଇଥିଲା। ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ବ୍ଲକ ଶତାଧିକ ଯୁବ ପ୍ରତିନିଧି ଯୋଗ ଦେଇଥିଲେ।

Post a Comment

0 Comments