ଦଶପଲ୍ଲା : ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବାଣୀଗୋଛା ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦଶପଲ୍ଲା ବ୍ଲକର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରିୟବ୍ରତ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ସ୍ବେଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଅତିଥି ଭାବରେ ବାଣୀଗୋଛା ସରପଞ୍ଚ ସସ୍ମିତା ମହାକୁଡ଼ ଯୋଗଦେଇଥିବା ବେଳେ ବନପାଳ ରାଜ କୁମାର ଶତପଥୀଙ୍କ ସମେତ ବିଶେଷ ଆକର୍ଷଣ ଭାବରେ ହାସ୍ୟ ଅଭିନେତା ସୁରଜ ପରିଡ଼ା ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିରର ଉଦ୍ଘାଟନ କରିଥିଲେ।ଏହି ରକ୍ତଦାନ ଶିବିରରେ ସର୍ବମୋଟ ୩୫ ୟୁନିଟ ରକ୍ତସଂଗ୍ରହ କରାଯାଇଥିଲା। ସ୍ବେଛାକୃତ ରକ୍ତଦାତାଙ୍କ ମଧ୍ୟରେ ସୁମନ୍ତ ବଗର୍ତି,କୃଷ୍ଣଚନ୍ଦ୍ରମହାକୁଡ଼,ଅଖିଲ,ବଳରାମ ରାଉତ,ରାଜେନ୍ଦ୍ର ବେହେରା,ସମୀର ମଲିକ,ଗିତାଞ୍ଜଳି ବର୍ଗତିଆ,ରୋହିତ କୁମାର ନାୟକ,ଧର୍ମେନ୍ଦ୍ର କୁମାର ସାହୁ,ସୁକାନ୍ତ ଭୁକ୍ତା,ଶୁଭଙ୍କର ମିଶ୍ର, ମାନସ କୁମାର ପରିଡ଼ା,ଚନ୍ଦ୍ରକାନ୍ତ ମହାପାତ୍ର,ପ୍ରଶାନ୍ତ କୁମାର ପ୍ରଧାନ,ତୃପ୍ତିରାଣୀ ସାହୁ,ଧୀରଜ କୁମାର,ଦେବାଶିଷ ସାହୁ,ରାଜେନ୍ଦ୍ର କୁମାର ସାହୁ,ମନୋଜ ନାଏକ,ସନାତନ ସ୍ୱାଇଁ,ବସନ୍ତ କୁମାର ଜେନା,ରଞ୍ଜନ କୁମାର ବେହେରା,ସୁମନ୍ତ ବାରିକ,ଲଷ୍ମୀଧର ବେହେରା,ସଞ୍ଜୟ ବେହେରା,ବିନୟ କୁମାର,ତପନ କୁମାର ଖମାରୀ,ଦୁଷ୍ମନ୍ତ ନାୟକ,ମଳୟ ରଞ୍ଜନ ସାହୁ,ପ୍ରଦୀପ କୁମାର ବିଶ୍ୱାଳ,ସୁବାସିନୀ ସ୍ୱାଇଁ,ପ୍ରଦୀପ୍ତ କୁମାର ସାହୁ,ତପନ କୁମାର ମଲିକ,ଯୋଗେଶ୍ୱର ପାତ୍ର,ସୁଜିତ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ସ୍ବେଛାକୃତ ଭାବରେ ରକ୍ତଦାନ କରିଥିଲେ।ଡାକ୍ତର ବିଶ୍ୱଜିତ ନାୟକ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ।ଏଥିରେ ଟ୍ରଷ୍ଟର ସମ୍ପାଦକ ନିହାର ରଞ୍ଜନ ମହାନ୍ତି, କୋଷାଧକ୍ଷ ମାନସ ପରିଡ଼ା, ସଭ୍ୟ ପ୍ରଦୀପ୍ତ କୁମାର ଜେନା, ରାଜ କିଶୋର ବେହେରା, ବିଦ୍ୟାଧର ମୁଦୁଲି,ଛବିରାଜ ସାହୁ, ନାରାୟଣ ସାହୁ,ସନ୍ତୋଷ ମୁଦୁଲି, ଚନ୍ଦନେଶ୍ୱର ଦାସ, ମନ୍ମଥ ସାହୁ, ସୁବାଷ ଚନ୍ଦ୍ର ବାରିକ, କୁନା ବେହେରା,ଚନ୍ଦ୍ର ଶେଖର ନାଏକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ପୂର୍ବରୁ ସେବାଉତ୍ସବ, ବୃକ୍ଷରୋପଣ, ଅସହାୟ ଙ୍କୁ ସାହାଯ୍ୟ,ରକ୍ତଦାନ ଶିବିର କାର୍ଯ୍ୟକ୍ରମ କରି ଦଶପଲ୍ଲା ଅଂଚଳରେ ବେଶ ପରିଚିତ ଲାଭ କରିଥିବାବେଳେ ଆଜିର ରକ୍ତଦାନ ଶିବିର କାର୍ଯ୍ୟକ୍ରମ ପାଇଁ ଉପସ୍ଥିତ ଅତିଥି, ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ କୁ ଭୁୟସୀ ପ୍ରଶଂସା କରିଛନ୍ତି।
0 Comments