ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଭାସି ଯୋଗେ ଯୋଡ଼ି ହୋଇଥିବା ସମସ୍ତ ଜିଲ୍ଲା ର ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ କରିଥିବା ପରିବାରଙ୍କୁ ଆଜି
ସ୍ବାସ୍ଥ୍ୟ ବିଭାଗ ତରଫରୁ "ସୁରଜ୍ ଆୱ।ର୍ଡ" ଆର୍ଥିକ ପ୍ରୋତ୍ସାହନ ରାଶି ଡିମାଣ୍ଡ ଡ୍ରାଫ୍ଟ ଆକାରରେ ପ୍ରଦାନ କରାଯାଇଛି ।
ନୟାଗଡ଼ ଜିଲ୍ଲାରେ ଓସ୍ୱ।ନ ଭିଡିଓ ସମ୍ମିଳନୀ କକ୍ଷରେ ସିଡିଏମଓ, ଡଃ ସୁଶାନ୍ତ କୁମାର ଦାସ, ଡେପୁଟି କଲେକ୍ଟର, ତପତି ରାଜ, ଡିପିଏମ ପ୍ରକାଶ ଚନ୍ଦ୍ର ବାନାର୍ଜୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଏଥିରେ ଯୋଡି ହୋଇଥିଲେ।
ନୟାଗଡ଼ ଜିଲ୍ଲାର ସ୍ୱର୍ଗତ ଶିବୁନ ସିଦ୍ଧାର୍ଥ ସାହୁ, ଦଣ୍ଡ ସାହି, ଓଲ୍ଡ ଟାଉନ, ନୟାଗଡ଼ ଙ୍କର ଅଙ୍ଗ, ଲିଭର ପ୍ରଦାନ କରିଥିବାରୁ ତାଙ୍କ ମା'ଆ
ହିତାଧିକାରୀ ଜୟନ୍ତୀ ସାହୁଙ୍କୁ "ସୁରଜ୍ ଆୱ।ର୍ଡ"
୫ ଲକ୍ଷ ଟଙ୍କା ଡିମାଣ୍ଡ ଡ୍ରାଫ୍ଟ ଆକାରରେ ପ୍ରୋତ୍ସାହନ ରାଶି ପ୍ରଦାନ
କରାଯାଇଛି । ତାଙ୍କ ସହ ତାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥୂଲେ ।
0 Comments