ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟକାରିଣୀ ବୈଠକ ଓ ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ପ୍ରଥମ ବାର୍ଷିକ ଉତ୍ସବ।

 


ଖଣ୍ଡପଡ଼ା ଏନ୍ଏସି ପଠାଣି ସାମନ୍ତ କଲ୍ୟାଣ ମଣ୍ଡପ ପରିସରରେ ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ସଭାପତି ଚିତ୍ତରଞ୍ଜନ ମିଶ୍ର ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଯୋଗ ଦେଇଥିଲେ। ଚତୁର୍ଥ ସ୍ତମ୍ଭର ମର୍ଯ୍ୟାଦା ହାନୀ କରିବା ଭଳି କାର୍ଯ୍ୟ ନକରି କଲମ ମୁନକୁ ସ୍ବଛ ଭାବରେ ଚଲାଇବାକୁ ଶ୍ରୀ କର ପରାମର୍ଶ ଦେଇଥିଲେ। ସେହିପରି ସମ୍ମାନିତ ଅତିଥିଭାବେ ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀକାନ୍ତ କୁମାର ଖଟେଇ, ଜିଲ୍ଲା ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ଉପଦେଷ୍ଟା ଆଇନଜୀବୀ ବିକ୍ରମ କେଶରୀ ଦେଓ, ସମାଜସେବୀ ତଥା ଆଇନଜୀବୀ ବିଧାନ ଚନ୍ଦ୍ର ପ୍ରଧାନ ପ୍ରମୁଖ ମଞ୍ଚାସିନ ରହି ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ସେହିପରି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଡ଼ା ପ୍ରଫୁଲ୍ଲ କୁମାର ଦାଶ, ରବିନ୍ଦ୍ର କୁମାର ପଟ୍ଟନାୟକ, ଅଶୋକ କୁମାର ମହାପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ରଥଗଡା ଛକରେ ପଠାଣି ସାମନ୍ତଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଏକ ବିଶାଳ ଶୋଭାଯାତ୍ରାରେ ବଜାର ପରିକ୍ରମା କରି କଲ୍ୟାଣ ମଣ୍ଡପରେ ପହଞ୍ଚିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସାମ୍ବାଦିକ ଜନ୍ମେଜୟ ଦଳେଇ ମଞ୍ଚ ପରିଚାଳନା କରିଥିଲେ। ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ସମ୍ପାଦକ ସରୋଜ କୁମାର ଚୌଧୁରୀ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ। ସାମ୍ବାଦିକ ନିଜ ନିଜ ମଧ୍ୟରେ ଏକତା ବଜାୟ ରଖିବା ସହ ନିର୍ଭକ, ସଚୋଟ, ସାହାର୍ଯ୍ୟ ମନୋଭାବ ଓ ସାଲିସ ବିହୀନ ସାମ୍ବାଦିକତା କରିବା ପାଇଁ ଅତିଥି ମାନେ କହିଥିଲେ। ଏଥିସହ ସାମ୍ବାଦିକ ସୁରକ୍ଷା ଆଇନ୍, ବୟସ୍କଙ୍କୁ ପେନସନ ପ୍ରଦାନ, ସ୍ବାସ୍ଥ୍ୟ ବୀମା ଯୋଜନାକୁ ବର୍ଦ୍ଧିତ କରିବାକୁ ସରକାରଙ୍କ ପାଖରେ ଦାବି ରଖିବାକୁ ରାଜ୍ୟ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଖଣ୍ଡପଡ଼ା ଓ ଭାପୁର ଅଞ୍ଚଳରେ ବିଭିନ୍ନ ସାମାଜିକ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଶିଷ୍ଟ ଚିତ୍ରଶିଳ୍ପୀ ଲଡୁ କିଶୋର ସିଂହ ସାମନ୍ତ, ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ପଟ୍ଟନାୟକ, ପରିବେଶବିତ ଅନ୍ତର୍ଯ୍ୟାମୀ ସାହୁ, ସମାଜସେବୀ ମହେନ୍ଦ୍ର ବାରିକ ଓ ଶବ ସଂସ୍କାରକ କୈଳାଶ ମହାପାତ୍ର ପ୍ରମୁଖ ଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କ ଦ୍ୱାରା ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ନୟାଗଡ଼ ଜିଲ୍ଲାର ୮ଟି ବ୍ଳକର ସମସ୍ତ ସାମ୍ବାଦିକ ମାନଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆୟୋଜିତ ବାର୍ଷିକ ଉତ୍ସବରେ ସାମ୍ବାଦିକ ମନୋରଞ୍ଜନ ରଥ, ତପନ ମହାପାତ୍ର, ନିରଞ୍ଜନ ପଣ୍ଡା, ପ୍ରଦୀପ କୁମାର ବେହେରା, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ରେ ନୂତନ ସଭ୍ୟ ଭାବେ ଯୋଗଦେବା ସହ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ । ପୂର୍ବତନ ମନ୍ତ୍ରୀ , ଉପବାଚସ୍ପତି ତଥା ଖଣ୍ଡପଡାର ପୂର୍ବତନ ରାଜା ବିଭୂତିଭୂଷଣ ସିଂ ମର୍ଦ୍ଦରାଜଙ୍କ ସ୍ମୃତି ଉଦ୍ଦେଶ୍ଯରେ ନିରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲାର ୮ଟି ବ୍ଳକର ପ୍ରାୟ ୧୦୦ରୁ ଉର୍ଦ୍ଧ ସାମ୍ବାଦିକ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ବେଳେ ଖଣ୍ଡପଡ଼ା ଜର୍ଣ୍ଣାଲିଷ୍ଟ ପକ୍ଷରୁ ନିରଞ୍ଜନ ଦାସ, ତପନ କୁମାର ଦାଶ, ସଂଗ୍ରାମ କେଶରୀ ଦେଓ, ଶିବ ନାରାୟଣ ଦାସ, ପ୍ରଭାତ ପଶାୟତ, ନିଗମାନନ୍ଦ ଦାଶ, ସଦାଶିବ ପାତ୍ର, ଶରତ କୁମାର ବେହେରା, ତପନ କୁମାର ମହାପାତ୍ର, କନକଲତା ପ୍ରଧାନ, ଶଙ୍କର୍ଷଣ ସ୍ୱାଇଁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Post a Comment

0 Comments