ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ୟୂନିଟ୍ ପବିତ୍ର ରାକ୍ଷୀ ପୂର୍ଣ୍ଣୀମା ଅବସରରେ
୯.୮.୨୦୨୫ ଦିନ ଜିଲ୍ଲା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନୟାଗଡ଼ ଜନସମାଜକୁ ସଡ଼କ ସୁରକ୍ଷାର ବିଭିନ୍ନ ବାର୍ତ୍ତା ପ୍ରଚାର କରିଛି ।କାର୍ଯ୍ୟକ୍ରମରେ Red Cross Counsellor ଅଧ୍ୟାପିକା ଶ୍ରୀମତୀ ମିନାକ୍ଷୀ ବାଳା ମିଶ୍ରଙ୍କ ତତ୍ତ୍ୱାବଧାନରେ ସ୍ଵେଚ୍ଛାସେବୀ ମାନେ ନୟାଗଡ଼ traffic ଛକରେ ମୋଟର ସାଇକେଲ ଆରୋହୀ,କାର୍ ଆରୋହୀ ତଥା ପାଦଚଲା ଜନତାଙ୍କୁ ଚନ୍ଦନ, ସିନ୍ଦୂର, ଫୁଲ ଦେଇ ସଡ଼କ ସୁରକ୍ଷାର ରାକ୍ଷୀ ପିନ୍ଧାଇ ମିଠା ଖୁଆଇ ଥିଲେ ।ଗାଡି ଚଲେଇବା ସମୟରେ ମୋବାଇଲ ବ୍ୟବହାର ନ କରିବା, ସର୍ବଦା helmet ପିନ୍ଧିବା,ମଦ୍ୟ ପାନ ନ କରିବା ,ଗାଡିର ଗତି ୪୦/୫୦ km/hr ରଖି ଗାଡି ଚଲାଇବା, ରାସ୍ତାର ବାମ ପଟେ ଚାଲିବା ଏବଂtrafficର ପ୍ରତ୍ୟେକ ନିୟମ ମାନିବାକୁ ବୁଝାଇଥିଲେ ।କାର୍ଯ୍ୟକ୍ରମଟି ଜିଲ୍ଲା ପରିବହନ ବିଭାଗ ତରଫରୁ ଆୟୋଜନ କରାଯାଇଥିଲା ।R TO ଶ୍ରୀ ପ୍ରଶାନ୍ତ କୁମାର ପରିଡ଼ା, ଜିଲ୍ଲା ଯୁବ ରେଡକ୍ରସ୍ coordinator , ଶ୍ରୀ ନିରୋଜ ପ୍ରଧାନ ଉପସ୍ଥିତ ରହି ସ୍ଵେଚ୍ଛାସେବୀ ମାନଙ୍କୁ ଉସ୍ଛାହିତ କରିଥିଲେ ଏବଂ ଯୁବ ରେଡକ୍ରସ୍ unitକୁ ଉଚ୍ଚ ପ୍ରଶଂସା କରିଥିଲେ ।ବିଭିନ୍ନ ପ୍ରକାରର ସଚେତନତା ପାଇଁ ଯୁବ ରେଡକ୍ରସ୍ ସର୍ବଦା ଆଗ ଧାଡିରେ ଦଣ୍ଡାୟମାନ ରହିବ ବୋଲି counsellor ଶ୍ରୀମତୀ ମିଶ୍ର ମତ ବ୍ୟକ୍ତ କରିଥିଲେ।
0 Comments