ନୟାଗଡ଼ ଜିଲ୍ଲା ରେ ଖରିଫ୍ ଧାନ ଚାଷ ରେ ଚାଷୀ ମାନଙ୍କୁ ସାର ର ସୁଷମ ବଣ୍ଟନ କରିବା ପାଇଁ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ ଶ୍ରୀ ଗୌରୀ ଶଙ୍କର ମିଶ୍ର କଂ ସହିତ ବ୍ୟାପକ ଆଲୋଚନା କରିଛନ୍ତି।



ଚଳିତ ବର୍ଷ ଖରିଫ୍ ଧାନ ଚାଷ ପାଇଁ ୮ ହଜାର ମେଟ୍ରିକ୍ ଟନ୍ ୟୁରିଆ ସାର ର ଆବଶ୍ୟକ ଥିଲା ବେଳେ ବର୍ତ୍ତମାନ ସୁଦ୍ଧା ୫ ହଜାର୪୮୦ ମେଟ୍ରିକ୍ ଟନ୍ ସାର ଆସିଛି। ଡିଏପି ସାର ୨ ହଜାର ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୨ ହଜାର ୪୪ ମେଟ୍ରିକ୍ ଟନ୍ ସାର ଆସିଛି। ଏନପିକେ ସାର ୨ ହଜାର ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୧୬ ଶହ ୧୪ ମେଟ୍ରିକ୍ ଟନ୍ ସାର ଆସିଛି। ପଟାସ ସାର ୫ ଶହ ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୪୮୦ ମେଟ୍ରିକ୍ ଟନ୍ ଆସିଛି।ସୁପର ସାର ୬ ହଜାର ୫ ଶହମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୯ ହଜାର ୩୩୯ ମେଟ୍ରିକ ଟନ୍ ଆସିଛି। ଆଗକୁ ଯୁଦ୍ଧକାଳୀନ ଭିତ୍ତିରେ ସାରର ଆମାଦାନୀ କରାଯାଇ ଚାଷୀ ମାନଙ୍କ ର ଆବଶ୍ୟକତା କୁ ପୂରଣ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଆଜି ନୟାଗଡ଼ ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ ଙ୍କୁ ଆଲୋଚନା ସମୟରେ ପରାମର୍ଶ ଦେଇଥିଲେ। ଚଳିତ ବର୍ଷ ଆଗୁଆ ଲଗାତାର ବର୍ଷା କାରଣ ରୁ ଚାଷ କାମ ବହୁ ଆଗରୁ ଆରମ୍ଭ ହେବା କାରଣରୁ ସାରା ଯୋଗାଣରେ କିଛି ସ୍ଥାନରେ ସାମାନ୍ୟ ଅସୁବିଧା ହେଇଥିବା ର ଅଭିଯୋଗ ଆସିଥିଲେ ବି ତାକୁ ଯଥାଶିଘ୍ର ସମାଧାନ କରାଯିବାକୁ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଆଲୋଚନା ସମୟରେ କହିଛନ୍ତି।ନୟାଗଡ଼ ଜିଲ୍ଲା ରେ ୧୪୫ ସେବା ସମବାୟ ସମିତି ଓ ୩୯୬ ଜଣ ସ୍ୱୀକୃତି ପ୍ରାପ୍ତ ଡିଲର ମାନଙ୍କ ଜରିଆରେ ଚାଷୀ ମାନଙ୍କୁ ସାର ସୁଶମ ବଣ୍ଟନ କରିବା ପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଚାଷୀ ମାନଙ୍କୁ ସାର ସୁଶମ ବଣ୍ଟନ ରେ ଯେଉଁ ମାନେ ବିଶୃଙ୍ଖଳା କରିବେ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଚେତାବନୀ ଦେଇଛନ୍ତି। ଏହି ଆଲୋଚନା ସମୟରେ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ଶ୍ରୀନିବାସ ପ୍ରଧାନ, ବରିଷ୍ଠ ବିଜେପି ନେତା ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ବସନ୍ତ କୁମାର ପଟ୍ଟନାୟକ, ସଞ୍ଜୟ କୁମାର ନାୟକ, ଜିଲ୍ଳା ବିଜେପି ସାଧାରଣ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ପଣ୍ଡା, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଶ୍ରୀ ଅଜୟ କୁମାର ସାମନ୍ତରାୟ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ଶିବ ପ୍ରସାଦ ମିଶ୍ର ପ୍ରମୁଖ କଂ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ କଂ ସମେତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।


Post a Comment

0 Comments