ନୟାଗଡ଼,ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଆହ୍ୱାନ କ୍ରମେ ଆଜି ନୟାଗଡ ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସାମ୍ବାଦିକ ସୁରକ୍ଷା ଆଇନ, ଅବସରପ୍ରାପ୍ତ ସାମ୍ବାଦିକଙ୍କ ପାଇଁ ପେନସନ ଲାଗୁ କରିବା, ସ୍ୱାସ୍ଥ୍ୟ ବୀମାକୁ ୧୦ଲକ୍ଷ ଟଙ୍କାକୁ ବୁଦ୍ଧି ସହ ଏଥିରେ ପିତାମାତା ଏବଂ ୨୫ବର୍ଷରୁ ଉର୍ଦ୍ଧ ନିର୍ଭରଶୀଳ ସନ୍ତାନସନ୍ତତିଙ୍କୁ ସାମିଲ କରିବା ନେଇ ଦାବି କରାଯାଇଛି । ଦେଶର ୧୮ଟି ରାଜ୍ଯରେ ସାମ୍ବାଦିକ ପେନସନ୍ ଯୋଜନାରେ ୧୫ହଜାରଟଙ୍କା ଦିଆଯାଉଥିବାବେଳେ ଓଡିଶାରେ ଏହାକୁ ତୁରନ୍ତ ଲାଗୁ କରିବା ପାଇଁ ଦାବି କରାଯାଇଛି । ଆୟୁଷ୍ମାନ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ଯ ବୀମା ଯୋଜନାରୁ ବାଦ୍ ଦିଆଯିବା ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରାଯାଇଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଜନଶୁଣାଣି ଶିବିରଠାରେ ଉତ୍କଳ ସାମ୍ବାଦିକ ସଂଘ ସଦସ୍ୟମାନେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ନୟାଗଡ଼ ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇ, ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, ଓଡ଼ଗାଁ ଶାଖା ସଭାପତି ଅଶୋକ କୁମାର ମହାପାତ୍ର, ସମ୍ପାଦକ ଗଣେଶ୍ୱର ସାହୁ, କୋଷାଧ୍ୟକ୍ଷ ସାରସ କୁମାର ମିଶ୍ରଙ୍କ ସମେତ ଜିଲ୍ଲା ଓ ବ୍ଲକ ଶାଖାର ବହୁ ସଦସ୍ୟ ସାମିଲ ହୋଇଥିଲେ ।
0 Comments