ନୟାଗଡ ଜିଲ୍ଲା କନସୋଲିଡେସନ ସେଟଲମେଣ୍ଟ କୋର୍ଟ କୁ ରାଜ୍ୟ ସରକାର ଭୁବନେଶ୍ୱର କୁ ସ୍ଥାନାନ୍ତରିତ କରୁଥିବା ଜଣା ପଡିବା ପରେ ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁଆଜି 11ଘଟିକାସମୟ ରେ ଶୋଭା ଯାତ୍ରା ସହପ୍ରତିବାଦ କରିଛି, ଏ ଅବସରରେ ଜିଲ୍ଲା ଓକିଲ ସଙ୍ଘ ଆବାହକତ୍ବ ରେ ଜିଲ୍ଲା ସମସ୍ତ ଓକିଲ ସଙ୍ଘ ସମୂହ ଙ୍କ ପ୍ରତିବାଦ ଶୋଭାଯାତ୍ରା ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ଠାରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଁଚିଥିଲା। ଜିଲ୍ଲା ରେ କାର୍ଯ୍ୟ କରୁଥିବା ଅତିରିକ୍ତ ଚକବନ୍ଦୀ ମାମଲା ଫଇସଲା ଅଦାଲତ ପୂର୍ବବତ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଲିଖିତ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ଙ୍କ ଉଦେଶ୍ୟରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜସ୍ବ ପର୍ସଦ ସଭ୍ୟ, କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଏବଂ ନୟାଗଡ ଜିଲ୍ଲପାଳ ଙ୍କୁ ପ୍ରଦାନ କରାଯାଇଛି l ଅତିରିକ୍ତ ଚକବନ୍ଦୀ ଅଦାଲତ କୁ ନୟାଗଡ ଜିଲ୍ଲାରୁ ଭୁବନେଶ୍ୱର ସ୍ଥାନାନ୍ତରିତ ପ୍ରସଙ୍ଗରେ ଜିଲ୍ଲାର ସମସ୍ତ ଆଇନଜୀବୀ ତୀବ୍ର ବିରୋଧ କରିଛନ୍ତି।https://www.facebook.com/share/v/1AnRnL2mpf/
0 Comments