ଖଣ୍ଡପଡ଼ାରେ ସେବା ଉତ୍ସବ



ନୟାଗଡ଼ :- ବୁଧବାର ଖଣ୍ଡପଡା ବ୍ଲକ ରେ ନବମ ବାର୍ଷିକ ଜିଲ୍ଲା ବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ଗୋଳା ପୋଖରୀ, ମଣିକର୍ନିକା, ସାହସପୁର, କୁମ୍ଭାର ସାହି ଆଦି  ସ୍ଥାନରେ ଗରିବ ଓ ଅସହାୟ ମାନଙ୍କୁ ବସ୍ତ୍ର,ଚପଲ ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ତତ୍ତ୍ଵବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେବା ଉତ୍ସବ କାର୍ଯ୍ୟକାରୀ ସଦସ୍ୟ ସରୋଜ କୁମାର ଚୌଧୁରୀ ଏହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଆଜିର କାର୍ଯ୍ୟକ୍ରମରେ ସେବା ସଦସ୍ୟ  ସୌମ୍ୟା ସ୍ଵୟଂ ପ୍ରଭା, ବର୍ଷା ପ୍ରିୟଦର୍ଶିନୀ, ସତ୍ୟ ନାରାୟଣ,ଆଶୁତୋଷ ସାହୁ, ଅଂଶୁମାନ ସେଠୀ, ଅବିନାଶ ସାହୁ, ରାଜେଶ ବାରିକ, ପ୍ରଶାନ୍ତ କୁମାର, ଦେବାଶିଷ ରାଉତ,ସିଲୁ ବରାଡ,ଅନୁସୂୟା ପ୍ରଧାନ, ଅଭିଲିପସା , ଆଦିତ୍ୟ ପାଲ୍,କାଳନ୍ଦୀ ଚରଣ,ଶୁଭସ୍ମିତା ମିଶ୍ର, ଓମ୍ , ସତ୍ୟ ପ୍ରକାଶ, ଶିକନ କୁମାର ଜେନା ପ୍ରମୁଖ ସାମିଲ୍ ହୋଇଥିଲେ। ପ୍ରାୟ ଦେଢ଼ ଶହ ଜଣ ଅସହାୟ ଙ୍କୁ  ଆନୁଷଙ୍ଗିକ ସାମଗ୍ରୀ ପ୍ରଦାନ କରାଯାଇଥିଲା ଏବଂ ତାଙ୍କ ମଙ୍ଗଳ କାମନା କରାଯାଇଥିଲା। ସେବା ଓ ଦାନ ର ଏକ ନିଆରା ପରମ୍ପରା ସୃଷ୍ଟି ପାଇଁ ଉଦ୍ୟମ ଜାରି ରହିଥିବା ସମ୍ପର୍କ ରେ ଅଧ୍ୟକ୍ଷ ଶିବରାମ ମହାପାତ୍ର ସୂଚନା ଦେଇଛନ୍ତି। ଆଗାମୀ ଜୁଲାଇ 30 ତାରିଖ ଯାଏଁ ଏହୀ ସେବା କାର୍ଯ୍ୟକ୍ରମ ଜିଲ୍ଲାବ୍ୟାପି  ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି l

Post a Comment

0 Comments