ସମସ୍ୟା ଛାଡ଼ୁନି ନୂଆଗାଁ ପ୍ରାଥମସ୍ୱାସ୍ୱାସ୍ଥ୍ୟ କେନ୍ଦ୍ରର ବର୍ଷାରେ ଭୁଷୁଡିଲା ଡାକ୍ତରଖାନା ପାଚେରୀ



ନୟାଗଡ ଜିଲା ନୂଆଗାଁ ବ୍ଲକ ନୂଆଗାଁ ସଦରରେ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ପଛ ପାଖ ପାଚେରୀ ବୁଧବାର ଭୁଷୁଡି ପଡିଛି  । ନୂଆଗାଁ ବ୍ଲକର ପ୍ରାୟ ନୂଆଗାଁ, କୋରଡ଼ା, ଉଦୟପୁର, ସଂପାଡା, ସୋରଡ଼ା, ଶିକ୍ରୀଡା  ପଂଚାୟତର ଜନସାଧାରଣ ନୂଆଗାଁଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି  । ପ୍ରତେକ ଦିନ ବହୁସଂଖ୍ୟାରେ ରୋଗୀ ଏଠି ଚିକିତ୍ସିତ ହେବା ପାଇଁ ଆସିଥାନ୍ତି। ଡାକ୍ତରଖାନାଟି ଖୋର୍ଦ୍ଧା- ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ କଡରେ ଥିବାରୁ ଅନେକ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଚିକିତ୍ସା ମଧ୍ୟ କରାଯାଇ ଥାଏ  । ତେବେ ଗୁରୁତ୍ୱ ବହନ କରୁଥିବା ଡାକ୍ତରଖାନାଟି ଆଜି ଅବହେଳିତ ହୋଇ ରହିଛି  । ବିଭାଗୀୟ ଅଧିକାରୀ,  କୌଣସି ପ୍ରଶାସନିକ ଅଧିକାରୀ କିମ୍ବା  ନେତାଙ୍କର ଦୃଷ୍ଟି ଉକ୍ତ ଡାକ୍ତରଖାନା ଉପରେ ପଡୁନାହିଁ  । ଅନେକ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ଡାକ୍ତରଖାନାର ସୁରକ୍ଷା ପାଇଁ ଜାତୀୟ ରାଜପଥ କଡକୁ ଲାଗି ନିର୍ମାଣ କରାଯାଇଥିବା ଡାକ୍ତରଖାନାର ସମ୍ମୁଖ ଭାଗ ପାଚେରୀ ଦୀର୍ଘ ମାସ ହେଲା ଭୁଷୁଡି ପଡିଥିଲେ ମଧ୍ୟ ତାହାର ମରାମତି ଆଜି ପର୍ଯ୍ୟନ୍ତ କରାଯାଉ ନାହିଁ  । ଜାତୀୟ ରାଜପଥ ଦେଇ ପ୍ରତିଦିନ ଅନେକ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀମାନେ ଯାତାୟତ କରୁଥିଲେ ମଧ୍ୟ କାହାରି ଦୃଷ୍ଟି ପଡୁ ନାହିଁ  । ଡାକ୍ତରଖାନାର ଏଭଳି ପରିସ୍ଥିତିରେ ବୁଧବାର ବର୍ଷା ହେବା ଫଳରେ ଡାକ୍ତରଖାନାର ପଛପାଖ ପାଚେରୀ ଭୁଷୁଡି ପଡିଛି  । ପୁର୍ବରୁ ଭୁଷୁଡି ଥିବା ସମ୍ମୁଖ ଭାଗ ପାଚେରୀ ନିର୍ମାଣ ହୋଇ ପାରୁ ନ ଥିବା ବେଳେ ପଛପାଖ ପାଚେରୀ ନିର୍ମାଣ ହେବ କି ନାହିଁ ତାହା  ଚିନ୍ତାର ବିଷୟ ପାଲଟିଛି।  ଉଭୟ ପାର୍ଶ୍ୱରୁ ପାଚେରୀ ଭୁସୁଡ଼ିଲାଣି। ଏବେ ବାକି ରହିଲା ଘର ସୁରକ୍ଷିତ ରହୁବତ? ଯାହାକି ସାଧାରଣାରେ ଆଲୋଚନା ହଉଥିବାର ଶୁଣିବାକୁ ମିଳୁଛି.

Post a Comment

0 Comments