ଭାପୁର ବ୍ଲକ ରେ ସେବା ଉତ୍ସବ ଅଭାବୀଙ୍କୁ ବସ୍ତ୍ର ରାସନ ଓ ଆର୍ଥିକ ସହାୟତା ପ୍ରଦାନ

 


ଭାପୁର :- ଭାପୁର ବ୍ଲକର ବିଭିନ୍ନ ସ୍ଥାନରେ ଆଜି ନବମ ବାର୍ଷିକ ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତିର ଅଧ୍ୟକ୍ଷ ଶିବରାମ ମହାପାତ୍ର ଏବଂ ସମ୍ପାଦକ ତ୍ରିନାଥ ସାହୁ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ସେବା ଉତ୍ସବ ସମିତି ର କାର୍ଯ୍ୟକର୍ତ୍ତା ବିଭିନ୍ନ ଗ୍ରାମ ପରିକ୍ରମା କରି ଅସହାୟ ବ୍ୟକ୍ତି ବିଶେଷ ଙ୍କୁ ଭେଟି ତାଙ୍କ ଅସୁବିଧା ପଚାରି ବୁଝିବା ସହ ସେମାନଙ୍କୁ ବସ୍ତ୍ର, ଚପଲ  ଆନୁଷଙ୍ଗିକ ସାମଗ୍ରୀ  ସହ ଆର୍ଥିକ ସହାୟତା ବଣ୍ଟନ କରିଥିଲେ। ଏହୀ ଅବସରରେ ଭାପୁର ସଦର ମହକୁମା ସମେତ ଶାଳବଣିଆ, ଫତେଗଡ଼, ବିଜିପୁର, ଟାଙ୍ଗୀସାହି, ଦୁର୍ଗାପୁରା, ସୁନାଖଳାରେ ବିଭିର୍ଣ୍ଣ ଅଭାବୀଙ୍କୁ ବସ୍ତ୍ର, ରାସନ, ଚପଲ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା l ସେବା ଉତ୍ସବ ସମିତି ର ସଦସ୍ୟ ଆଶୁତୋଷ ସାହୁ,ତପନ କୁମାର ସାହୁ 

ରଶ୍ମି ରଞ୍ଜନ ନାୟକ, ଅଭିଲିପ୍ସା ସାହୁ,

ଅନୁଶୟା ପ୍ରଧାନ, ପରମେଶ୍ବର ସାହୁ,ଗୁଲସନ୍ କୁମାର, ସୌମ୍ୟା ସ୍ଵୟଂ ପ୍ରଭା,ସ୍ମୃତି ଶିଖା, ପ୍ରଶାନ୍ତ କୁମାର, ସତ୍ୟ ବେହେରା, ଯୁଧିଷ୍ଠିର ବେହେରା, ବର୍ଷା ପ୍ରିୟଦର୍ଶିନୀ,ସ୍ନେହା ପ୍ରିୟଦର୍ଶିନୀ, କରନ ବଡ଼ଟିଆ, ଆଶୁତୋଷ ସାହୁ, ଅଂଶୁମାନ ସେଠୀ , ଗାୟତ୍ରୀ ପ୍ରିୟଦର୍ଶିନୀ,ଦେବାଶିଷ ରାଉତ,ରାଜେଶ ବାରିକ,ସିଲୁ ବରାଡ଼,ସତ୍ୟ ରଞ୍ଜନ ସାହୁ, ଜ୍ଞାନ  ବିଶ୍ୱାଳ,ଜୟନ୍ତ କୁମାର ବାରିକ,ଲଷ୍ମୀଧର ପାଣିଗ୍ରାହୀ, ଗଙ୍ଗାଧର ଦାସ,ଅବିନାଶ ସାହୁ ପ୍ରମୁଖ ସାମିଲ୍ ହୋଇଥିଲେ। ସେବା ଓ ଦାନ ର ଏକ ନିଆରା ପରମ୍ପରା ସୃଷ୍ଟି ପାଇଁ ଉଦ୍ୟମ ଜାରି ରହିଥିବା ସମ୍ପର୍କ ରେ ଅଧ୍ୟକ୍ଷ ଶିବରାମ ମହାପାତ୍ର ସୂଚନା ଦେଇଛନ୍ତି। ଆଗାମୀ ତିରିଶ ଯାଏଁ ଜିଲ୍ଲାର ବିଭିର୍ଣ୍ଣ ସ୍ଥାନରେ ଏହୀ ଉତ୍ସବ ମାଧ୍ୟମରେ ଜିଲ୍ଲାର ଶତାଧିକ ଲୋକଙ୍କୁ ସେବା ପ୍ରଦାନ କରାଯିବ ବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଛି l

Post a Comment

0 Comments