ନୟାଗଡ ଜିଲ୍ଲା ଇପିଏଫ ପେନସନର୍ସ ସଙ୍ଘର ସମ୍ମିଳନୀ*

 

  


ଦଶପଲ୍ଲା,୨୧./୦୬.-ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ନୟାଗଡ ଜିଲ୍ଲା ଶାଖାର ସାଧାରଣ ସଭା ଦଶପଲ୍ଲାସ୍ଥିତ ଶ୍ରୀ ଶ୍ରୀ ସ୍ବପ୍ନ ମହାବୀର ପୀଠ କଲ୍ୟାଣ ଆଶ୍ରମ ପରିସରସ୍ଥିତ ମାରୁତି ବଜାର ସଭା କକ୍ଷରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସଭାର ପ୍ରାରମ୍ଭରେ ଦିବଂଗତ ପେନଶନଭୋଗୀ ଏବଂ ଖୁଵ ନିକଟରେ ଘଟିଯାଥିବା କାଶ୍ମୀରୀର ଆତଙ୍କୀ ଆକ୍ରମଣରେ ନିହତ ଓ ଅହମଦାବାଦର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞ୍ୟାପନ କରାଯାଇଥିଲା। ଆବାହକ ନଟବର ଆଚାର୍ଯ୍ୟ ଅତିଥିମାନଙ୍କର ପରିଚୟ ଦେବା ସଙ୍ଗେସଙ୍ଗେ ସଭାର ଉଦ୍ଦେଶ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ। ଉକ୍ତ ସଭାର ମୁଖ୍ୟ ଆକର୍ଷଣ ରାଜ୍ୟ ସାଧାରଣ ସମ୍ପାଦକ ତଥା ସର୍ବଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମା ଇପିଏଫ ପେନସନଭୋଗୀମାନଙ୍କର ସମସ୍ୟା ଓ ତାହାର ସମାଧାନ ଦିଗରେ ସଂଘ ତରଫରୁ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ସଭାରେ ନୟାଗଡ ଜିଲ୍ଲାରୁ ଦୁଇଶହରୁ ଉର୍ଦ୍ଧ ସଭ୍ୟ/ସଭ୍ୟା ଯୋଗଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ନିଗମ କର୍ମଚାରୀ ମହାସଂଘ ସଭାପତି ସରୋଜ କାନ୍ତ ମଲ୍ଲିକ, ଖୋର୍ଦ୍ଧା ଜିଲ୍ଲା ଶାଖା ସମ୍ପାଦକ ପ୍ରକାଶ କୁମାର ପଟ୍ଟନାୟକ, ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମରୁ ପ୍ରଶାନ୍ତ ରାଉତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଜ୍ୟର ସମସ୍ତ ଇପିଏଫ ପେନସନଧାରୀ ଏକତ୍ରିତ ହୋଇ ଦାବି ହାସଲ ପାଇଁ ଗଣତାନ୍ତ୍ରିକ ଲଢେଇ କରିବାକୁ ଆହ୍ୱାନ ଦେଇଥିଲେ। କେନ୍ଦ୍ର ସରକାର ଇପିଏଫ ପେନସନଧାରୀ ବରିଷ୍ଠ ନାଗରିକଙ୍କର ସାମାଜିକ ସୁରକ୍ଷାକୁ ଅଣଦେଖା କରିବାକୁ ଘୋର ନିନ୍ଦା ପ୍ରକାଶ ପାଇଥିଲା। ଓଡିଶା ସମେତ ସାରାଦେଶର ପ୍ରାୟ ଅଶୀ ଲକ୍ଷରୁ ଉର୍ଦ୍ଧ ଇପିଏଫ ପେନସନଭୋଗିଙ୍କ ଦୀର୍ଘଦିନର ଦାବି ସର୍ବନିମ୍ନ ପେନସନ ୯୦୦୦ଟଙ୍କା ସହ ମହଙ୍ଗା ଭତ୍ତା ପ୍ରଦାନ ନ କରିବା ପର୍ଯ୍ୟନ୍ତ ଏ ଲଢେଇ ସାରାଦେଶରେ ଚାଲୁରହିବ।ଆଗାମୀ ଦିନରେ ଏ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ବକ୍ତାମାନେ ମତ ଦେଇଥିଲେ। ବର୍ଦ୍ଧିତ ପେନସନ ପ୍ରଦାନରେ ଇପିଏଫ କର୍ମକର୍ତ୍ତାଙ୍କ ଟାଳଟୁଳ ନିତିକୁ ଘୋର ନିନ୍ଦା କରିଥିଲେ।ସଭାର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା ଦୁଇ ବର୍ଷ ପାଇଁ ନୟାଗଡ ଜିଲ୍ଲା ଶାଖା କମିଟିର କର୍ମକର୍ତ୍ତା ମନୋନୟନ ସର୍ବସମ୍ମତିକ୍ରମେ ନିମ୍ନମତେ କରାଗଲା। ଯଥା, ସଭାପତି ନୀଳକଣ୍ଠ ସାହୁ , ଉପସଭାପତି ଆନନ୍ଦ ଚନ୍ଦ୍ର ଜେନା,ସମ୍ପାଦକ ଚନ୍ଦ୍ରଶେଖର ସାହୁ, ସହ ସମ୍ପାଦକ କୁନାଳ ବିଶ୍ୱାଳ, କୋଷା ଧ୍ୟକ୍ଷ୍ୟ ଗଣେଶ୍ୱର ସାହୁ, ହିସାବ ସମୀକ୍ଷକ ନନ୍ଦକିଶୋର ସିଂହ ଓ ଦଶ ଜଣ କାର୍ଯ୍ୟକାରିଣୀ ସଦସ୍ୟ। ସଭା ଶେଷରେ ରଜନୀକାନ୍ତ ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments