ପାରମ୍ପରିକ ଖାଦ୍ଯ ପ୍ରତିଯୋଗିତା

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସୁଭଦ୍ରା ଶକ୍ତି ଅନୁକୂଲ୍ୟରେ ଭୀରୁଡା କଲ୍ୟାଣୀ ମଣ୍ଡପ ,ମହିପୁର ଠାରେ ଆଜି ଦିବା ୧୧ ଘଟିକା ସମୟରେ ବ୍ଲକ ସତରୀୟ ପାରମ୍ପରିକ ଖାଦ୍ଯ ପରିଯୋଗୀତ ଅନୁଷ୍ଠିତ ହୋଇଯାଇଛି । ଅତିଥିଭାବେ ନୂଆଗାଁ ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀପ୍ରିୟା ବେହେରା ,ଉପାଦ୍ଧକ୍ଷ ପର୍ଶୁରାମ ସ୍ବାଇଁ ,ବିଡିଓ ଅମୃତ କୁମାର ରାଉଳ ,ସିଡିପିଓ ଶୁଭଶ୍ରୀ ମଲିକ ଉପସ୍ଥିତ ରହିଥିଲେ । ଅଜିର ଏହି ପ୍ରତିଯୋଗିତାରେ ନୂଆଗାଁ ବ୍ଲକର ୧୮ ଗୋଟି ସ୍ଵୟମସହାଇକା ମହିଳା ଗୋଷ୍ଠୀ ଭାଗନେଇଥିଲେ । ଓଡିଆ ମାନଙ୍କର ବିଭିନ୍ନ ପାରମ୍ପରିକ ଖାଦ୍ଯ ପ୍ରସ୍ତୁତି ଏହି ପ୍ରତିଯୋଗିତାରେ ମୁଖ୍ୟ ଉଦେଶ୍ୟ ରହିଥିଲା । ଉପସ୍ଥିତ ଅତିଥିମାନଙ୍କ ଦ୍ବାରା ପ୍ରତିଯୋଗୀତାତି ଉଦ୍ଘାଟିତ ହୋଇଥିଲା । ବିଚାରକ ଭାବରେ ସିଡିପିୟ ଶୁଭଶ୍ରୀ ମଲିକ ,ଶିକ୍ଷୟତ୍ରୀ ରଶ୍ମିତା ପ୍ରାଧନ ,ପଙ୍କଜିନ ସାହୁ ଉପସ୍ଥିତ ରହିଥିଲେ । ଓଡିଆ ମାନଙ୍କର ପାରମ୍ପରିକ ଖାଦ୍ଯ ମଧ୍ୟରେ ମଣ୍ଡା ,ଆରିସା ,ପୋଡପିଠା, କାକେରା ,ବରା ,ଇଟିଲ ,ଆଳୁଚପ ,ଦହିବରା ଭଳି ବିଭିନ୍ନ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ବିଭିନ୍ନ ମହିଳା ଗୋଷ୍ଠୀ ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା ।

ଅତିଥି ଓ ବିଚାରକ ମାନେ ବିଭିନ୍ନ ଷ୍ଟଲ ବୁଲିବା ସହିତ ଖାଦ୍ୟକୁ ପରଖିଥିଲେ । ଶେଷରେ ବିଚାରକ ମଣ୍ଡଳୀ ଦ୍ବାରା ୨ ଟି ଗୋଷ୍ଠି କୁ ପ୍ରତିଯୋଗିତାରେ ଉତିର୍ଣ୍ଣ ହୋଇଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିଲେ   ମା ବ୍ରାହ୍ମଣୀ ଦେବୀ ସ୍ଵୟମସହାଇକା ଗ୍ରୁପବ ,ଶିଂଗାରପଲ୍ଲୀ ,୨ୟ ହୋଇଥିଲେ ମା ସନ୍ତୋଷି ସ୍ଵୟମସହାଇକା ଗ୍ରୁପବ,କୋରଡ଼ା । ଅଜିର ଏହି ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ ବିପିସି ମିଶନ  ଶକ୍ତି ସୌମ୍ୟସ୍ଵସତ  ମିଶ୍ର ,ବିପିଏ ମିଶନ ଶକ୍ତି ଭବାନୀ ପ୍ରସାଦ ,ପଙ୍କଜିନୀ ସାହୁ ,ଚିରଞ୍ଜୀବ ସେଠୀ ,ଆଶୁତୋଷ ନାୟକ ,ଜୟନ୍ତ ପାତ୍ର ,ପ୍ରିୟଙ୍କା ପ୍ରଧାନ ପ୍ରମୁଖ ବିଭିନ୍ନ ବିଭାଗର କର୍ମଚାରୀ ସହଯୋଗ କରିଥିଲେ । 

Post a Comment

0 Comments