ନୂଆଗାଁ ସଦର ମହକୁମାରେ ଥିବା ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ବ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଦିବାସକୁ ମହିପୁର ବନାଞ୍ଚଳ ଦ୍ବାରା ଆୟୋଜିତ ହୋଇଥିଲା । ନୂଆଗାଁ ଉଚ୍ଚ ବିଦ୍ୟାଳୟର ବିଦ୍ୟାର୍ଥୀ ,ଶିକ୍ଷକ ,ବନବିଭାଗର କର୍ମଚାରୀ, ଏକ ଶୋଭାଯାତ୍ରା ରେ ବିଦ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବହରିଥିଲା । ବାହାରି ବିଶ୍ଵ ପରିବେଶ ଦିବସ ଉପରେ ପ୍ଲାଷ୍ଟିକ ଠାରୁ ଦୂରେଇ ରହିବା ଏବଂ ବାଡ଼ି ବଗିଋରେ ଗଛ ଲଗାଇବା, ଗଛଉପକାରିତା ବିଷୟରେ ସ୍ଲୋଗାନ ମାଧ୍ୟମରେ ଲୋକଙ୍କୁ ସଚେତନ କରିଥିଲେ । ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ହୋଇଥିଲା । ଏହାପରେ ବିଦ୍ୟାଳୟ ଶିକ୍ଷା ଗୃହ ମଧ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହିପୁର ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁ ଉପସ୍ଥିତ ଥିବା ଛାତ୍ରମାନଙ୍କୁ ଆଜିର ପରିବେଶ ଦିବସ ଉପରେ ଆଲୋଚନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଇଂରାଜୀ ଅଧ୍ୟାପକ ଜିତେନ୍ଦ୍ର ପ୍ରଧାନ , ଖେଳଶିକ୍ଷାକ ଶିକ୍ଷକ ପ୍ରଦୀପ କୁମାର ଖଣ୍ଡୁଆ, କିରାନୀ ବିଶ୍ଵନାଥ ସ୍ଵାଇଁ, ମହିତମା ବନପାଳ ମିନକେତନ ନାୟକ, ମହିପୁର ବନପାଳ ରମେଶ ମଲ୍ଲିକ, ଭୂମୀ ବନପାଳ ପବିତ୍ର ପରିଡ଼ା, ସମସ୍ତ ମହିପୁର ଅଞ୍ଚଳ ବନ କର୍ମୠରୀ ଉପସ୍ଥିତ ଥିଲେ। ଆଜିର ଦିବସରେ ଛାତ୍ରମାନଙ୍କ ଦ୍ଵାରା କଲେଜ ପରିସରରେ ବୃକ୍ଷରୋପଣ କରାଯାଇଥିଲା। କୃତ୍ତି ଛାତ୍ରମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
0 Comments