ନୂଆଗାଁ ବ୍ଲକ କାର୍ଯ୍ୟଳୟ ମଧ୍ୟରେ ଆଜି ବିକାଶ ବାହାନ କୁ ଭବ୍ୟ ସ୍ବାଗତ କରି କାଯ୍ୟଳୟ ପରିସରରୁ ବିଭିନ୍ନ ପଞ୍ଚାୟତ କୁ ଗଡ଼ିଲା ବିକାଶ ବାହନ ରଥ.ସୂଚନା ମୁତାବକ ଆଜି ଦିବା ୧୧ଘଟିକା ସମୟରେ ନୂଆଗାଁ ବ୍ଲକ ପରିସରରୁ ବିକାଶ ବାହନରଥକୁ ଭବ୍ୟ ସ୍ବାଗତ କରାଯାଇଥିଲା ନୂଆଗାଁ ବ୍ଲକ ବିଡିଓ ଅମୃତ କୁମାର ରାଉଳ ପ୍ରାରମ୍ଭରେ ରଥ ସମୁଖରେ ନଡ଼ିଆ ବାଡେଇ ଶୁଭାରମ୍ଭ କରିଥିଲେ. ତତ ପରେ ବିଭିନ୍ନ ସ୍ୱୟଂସାହିକା ସଂଘର ମହିଳା ମାନେ ଧୂପ ଦିପ, ହୁଳ ହୁଳି ଦେଇ ପୂଜାର୍ଚନା କରିଥିଲେ. ନୂଆଗାଁ ବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା ବେହେରା, ଉପାଧକ୍ଷ ପର୍ଶୁରାମ ସ୍ୱାଇଁ ଏବଂ ବ୍ଲକର ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତରେ ପତାକା ଦେଖାଇଥିଲେ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ . ଆଜିର କାର୍ଯ୍ୟ ସୂଚୀ ମୁତାବକ ବିକାଶ ବାହନ ରଥ ନୂଆଗାଁ ପଞ୍ଚାୟତ ମଧ୍ୟକୁ ଗଡିଥିଲା. ସେଠାରେ ଉଭୟ ସରପଞ୍ଚ ଓ ସମିତି ସଭ୍ୟା ଓ ପଞ୍ଚାୟତ କର୍ମଚାରୀ ସ୍ବାଗତ କରିଥିଲେ.ଶତାଧିକ ଜନସାଂଗମ ହୋଇଥିଲା. ଉପସ୍ଥିତ ଜନସାଧରଣ ସରକାରଙ୍କର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ କୁ ଏଲିଦି ମାଧ୍ୟମରେ ଦେଖି ଥିଲେ. ତଦ୍ୱାରା ସାଧାରଣ ଜନତାଙ୍କ ନିକଟରେ ସରକାରଙ୍କର ଲୋକଭିମୁଖୀ ସରକାରୀ ବ୍ୟବସ୍ଥା ପହଞ୍ଚିବା ସହିତ ସଚେତନ କରାଯାଇଥିଲା । ଦୀର୍ଘ ଦୁଇଘଣ୍ଟା ବିକାଶ ରଥ ନୂଆଗାଁ ପଂଚାୟତ ମଧ୍ୟରେ ରହିବା ପରେ ଉଦୟପୁର ପଞ୍ଚାୟତ କୁ ଯାଇଥିଲା.ଆଜିଠାରୁ ଆସନ୍ତା ଜୁନ ୨୧ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପଞ୍ଚାୟତ ମଧ୍ୟରେ ବିକାଶ ମେଳା ଆୟୋଜନ କରାଯିବ l l ଏହି ବାହନ ପରିକ୍ରମା ସମୟରେ ସରକାରଙ୍କ ବିଭିନ୍ନ ବିଭାଗର ସହାୟତା, ପ୍ରମାଣ ପାତ୍ର, ଖାଉଟି କାର୍ଡ, ଆଧାର କାର୍ଡ, ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା,ଜଙ୍ଗଲ ଜମି ପଟ୍ଟା, ମୃତିକା ସ୍ଵାସ୍ତ୍ୟ କାର୍ଡ, ଓ ଅନ୍ୟାନ୍ୟ ସରକାରୀ ସହାୟତା ପ୍ରଦାନ କରାଯାଇଥିଲା l ଆଜିର କାର୍ଯ୍ୟକ୍ରମ ମଧ୍ୟରେ ଅଧକ୍ଷା ଲଷ୍ମୀପ୍ରିୟା ବେହେରା, ଉପାଧକ୍ଷ୍ୟ ପର୍ଶୁରାମ ସ୍ବାଇଁ ,ଅଶିଷ୍ଟାଣ୍ଡ ଜନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା ,ଜିପିଓ ସାଧୁଚରଣ ସାହୁ ,ସମେତ ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ରହିଥିଲେ ।
0 Comments