ଚଳିତବର୍ଷ ଠାରୁ ନୂଆଗାଁ କଲେଜରେ ପାଠପଢା ଆରମ୍ଭ
ନୂଆଗାଁ ବ୍ଲକ ସଦରମହକୁମାରେ ଅବସ୍ଥିତ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତବର୍ଷ ଠାରୁ ବିଜ୍ଞାନ ବିଭାଗ ଖୋଲିବା ନେଇ ସରକାରୀ ସ୍ତରରୁ ଅନୁମତି ମିଳିବା ପରେ ସ୍ଥାନୀୟ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି। ନୂଆଗାଁ ଅଂଚଳର ମେଧାବୀ ଛାତ୍ରଛାତ୍ରୀ ମାନେ ବିଜ୍ଞାନ ବିଭାଗରେ ନାମ ଲେଖାଇବା ପାଇଁ ଆବେଦନ ନିମନ୍ତେ ଗତକାଲି ଠାରୁ ଏହା ସାମସ ପୋଟାଲରେ ଉପଲବ୍ଧ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଚଳିତବର୍ଷ ୬୪ ଟି ସିଟରେ ନାମ ଲେଖାଇବାକୁ ରହିଥିବା ବେଳେ ଯେଉଁ ଛାତ୍ରଛାତ୍ରୀ ମାନେ ପୂର୍ବରୁ ଆବେଦନ କରିସାରିଛନ୍ତି, ସେମାନେ ପୁନଃବାର ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ଆବେଦନ କରିପାରିବେ ବୋଲି କଲେଜ ପକ୍ଷରୁ କୁହାଯାଇଛି। ପୂର୍ବରୁ ଛାତ୍ରଛାତ୍ରୀ ମାନେ ଯୁକ୍ତ ୨ ବିଜ୍ଞାନ ବିଭାଗରେ ପାଠପଢ଼ା ପାଇଁ ୨୨ କିଲୋମିଟର ଦୂରରେ ଥିବା ନୟାଗଡ଼ ଏବଂ ଦଶପଲ୍ଲା ଉପରେ ନିର୍ଭର କରିବାକୁ ପଡୁଥିଲା। ଯାହାଦ୍ୱାରା ଅଭିଭାବକ ମାନେ ଅଧିକ ଖର୍ଚ୍ଚାନ୍ତ ହେବା ଡରରେ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ପାଠପଢ଼ାରୁ ବଞ୍ଚିତ ହେବାକୁ ପଡୁଥିଲା।
0 Comments