ନୂଆଗାଁ ବ୍ଲକ ମଧ୍ୟରେ ଆଜି ନିଷାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ସଚେତନତା ଅଭିଯାନ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଭାଷାସାହିତ୍ୟ ଓ ସଂସ୍କୃତି ବିଭାଗ ,ଅବକରିବିଭାଗ ,ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏହି ସଚେତନତା ଅଭିଯାନ ମେ ୩୧ ତାରିଖରୁ ଜୁନ ୨୬ ପାର୍ଜୟନ୍ତ ଅନୁଷ୍ଠିତ ହେବ । ଆଜି ନୂଆଗାଁ ବ୍ଲକ ମଧ୍ୟରେ ଏକ ସଚେତନତା ରାଲି ବ୍ଲକ ପରିସରରୁ ବାହାରି ଗ୍ରାମ ଭ୍ରମଣ କରି ଜନସାଧାରଣଙ୍କୁ ସଚେତନ କରାଇ ଥିଲେ ।
ଉକ୍ତ ସଚେତନତା ଅଭିଯାନରେ ନୂଆଗାଁ ବ୍ଲକର ସମସ୍ତ ବିଭାଗର କର୍ମଚାରୀ ,ମିଶନ ଶକ୍ତି ,ଓଏଲଏମ ଉପସ୍ଥିତ ରହିଥିଲେ । ହାତରେ ପ୍ଲାକାର୍ଡ ଧରି ସ୍ଳୋଗାତ ଦେଇ ଗ୍ରାମ ଭ୍ରମଣ କରିଥିଲେ । ନୂଆଗାଁ ବ୍ଲକ ଏବିଡିଓ ସ୍ଵେଦେଶ ରଞ୍ଜନ ଶତପଥି ,ସିଡିପିଓ ଶୁଭ୍ରକେଶୀ ମଲିକ,ଜନ୍ତ୍ରୀ ରାଜେନ୍ଦ୍ର ପଣ୍ଡା ,ଅବକାରୀ ବୀଭଗାର ସବ ଇନୀନିସପେକ୍ଟର ଚିନ୍ମୟ ଦଳେଇ ଉପସ୍ଥିତ ରହିଥିଲେ ।
0 Comments