ଡାଇରିଆ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ




ନୂଆଗାଁ ବ୍ଲକ ମିଶନ ଶକ୍ତି ଭଵନରେ  ଆଜି ବ୍ଲକର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ମଧ୍ୟରେ ଡାଇରିଆ ନିରାକରଣ ପାଇଁ ଏକ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ପ୍ରତ୍ୟେକ ପଞ୍ଚାୟତ ମହାସଂଘର ୪ଜଣ ମହିଳା ଏହି ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ରହିଥିଲେ. ନୂଆଗାଁ ଶିଶୁ ମହିଳା ବିଭାଗ ସିଡିପିଓ ଶୁଭ୍ରକେଶୀ ମଲିକ, ବିପିସି ସୌମ୍ୟଶାଶ୍ଵତ ମିଶ୍ର ତଥା ଆଇସିଡିଏସ  ସୁପରଭାଇଜର ମାନେ ମଂଚାସୀନ ହୋଇଥିଲେ. କିଭଳିଭାବରେ ଗ୍ରାମମାନଙ୍କରେ ଡ଼ାଇରିଆ କୁ ନେଇ ଜନସଚେତନ ହୋଇପାରିବେ. ଜନସାଧାରଣ ଙ୍କୁ କିଭଳି ଖାଦ୍ୟ, ଜଳ କୁ ସୁରକ୍ଷିତ ରଖୁବା ସହିତ ପାନୀୟ ଜଳକୁ ଫୁଟାଇ ପିଇବା. ଡ଼ାଇରିଆ ରୋଗୀର ଲକ୍ଷଣ ଦେଖାଦେଲେ ସେମାନଙ୍କୁ କିଭଳି ନିରାକାରଣ କରାଯିବ ସେ ବିଷୟରେ ସିଡିପିଓ ଏବଂ ବିପିସି ପୁ୍ଖାନୁପୁଙ୍ଖ ଭାବେ ପ୍ରଶିକ୍ଷଣ ଦେଇଥିଲେ. ଏହି ପ୍ରଶିକ୍ଷଣ ଶିବିରରୁ ପ୍ରଶିକ୍ଷଣ ନେଇ ନିଜ ନିଜ ପଞ୍ଚାୟତ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ କରି ମହିଳା ମାନଙ୍କୁ ସଚେତନ କରାଯିବ. ଯଦ୍ୱାରା ଡ଼ାଇରିଆ ରୁ ସମସ୍ତେ ସୁରକ୍ଷିତ ରହିବା ସହିତ ଡ଼ାଇରିଆ ରୋଗୀଙ୍କର ସଠିକ ଚିକିତ୍ସା କରିହେବ. ଯଦ୍ୱାରା ଧନ ଜୀବନ ସୁରକ୍ଷିତ ରହିପାରିବ.



Post a Comment

0 Comments