ନୂଆଗାଁ ବ୍ଲକ ସିକ୍ରୀଡା ଗ୍ରାମ ଠାରେ ସେଚ୍ଛାସେବୀ ଅନୁଷ୍ଠାନ ହାମସ ଦ୍ଵାରା ଆୟୋଜିତ ଶ୍ରୀଅନ୍ନ ଅଭିଯାନ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହଯୋଗରେ ଶିବାନୀ ମହିଳା ସୟଂ ସହାୟିକା ଗୋଷ୍ଠୀ ଦ୍ବାରା ପରିଚାଳିତ ମିଲେଟ ଟିଫିନ୍ ସେଣ୍ଟର ଓ ପୁରୁଷୋତମ ମହିଳା ସୟଂ ସହାୟିକା ଗୋଷ୍ଠୀ ଦ୍ବାରା ଜୈବିକ ଖତ ପ୍ରସ୍ତୁତି ଓ ବିକ୍ରୟ କେନ୍ଦ୍ରକୁ ନୟାଗଡ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଅନ୍ୟତମ ଅତିଥି ଭାବେ ନୟାଗଡ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁମନସିଂ ପଟ୍ଟନାୟକ, ସିକ୍ରୀଡା ସରଫଚ ସୁଷମା ପରିଡା, ନୂଆଗାଁ ବ୍ଳକ କୃଷି ଅଧିକାରୀ କୁମୁଦିନୀ ଦେଇ, ଶ୍ରୀଅନ୍ନ ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜିକା କୁମାରୀ ଅମ୍ବିକା ଦତ, ୱାଇପିଓ କୁମାରୀ ସାଶ୍ବତିକା ମହାପାତ୍ର, କୋଷାଧକ୍ଷ ରାଜୀବ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ସେଚ୍ଛାସେବୀ ଅନୁଷ୍ଠାନ ଶ୍ରୀଅନ୍ନ ଅଭିଯାନର ବ୍ଲକ ସଂଯୋଜିକା କୁମାରୀ ସୁନୀତା ଦାଶଗୁପ୍ତା ସମସ୍ତ ଅତିଥିମାନଙ୍କୁ ସ୍ବାଗତ କରିବା ସହ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ବୁଝାଇଥିଲେ ।
ମାଣ୍ଡିଆ ଦ୍ବାରା ପ୍ରସ୍ତୁତ ବିସ୍କୁଟ, ମିଶ୍ଚର, ଚପ୍, ବରା, ମସଲା ବରା, ମାଣ୍ଡିଆ ପୋଡପିଠା, ଆରିସା, ମୁଡକି, ଦାନ୍ତକିଲି, ମାଣ୍ଡିଆ ରସାବଳୀ, ମାଣ୍ଡିଆ ଲସି ଆଦି ବ୍ୟଞ୍ଜନକୁ ଆସିଥିବା ଅତିଥିମାନେ ଖାଇବା ସହିତ ନିଜ ନିଜ ଘରକୁ କ୍ରୟ କରି ନେଇଥିଲେ। ଏଥିସହିତ ଚାଷୀମାନେ ଯେଉଁଭଳି ଭାବେ ରାସାୟନିକ ସାର ପ୍ରୟୋଗ କରି ଜମିର ଉର୍ବରତାକୁ ନଷ୍ଟ କରୁଛନ୍ତି ଏବଂ ବିଭିନ୍ନ କୀଟନାଶକ ଔଷଧ ପ୍ରୟୋଗ କରିବା ଲୋକମାନେ ବିଭିନ୍ନ ରୋଗର ଶୀକାର ହେଉଛନ୍ତି। ଏଣୁ ଚାଷୀମାନେ ଜମିରେ ଜୈବିକ ଖତ ପ୍ରୟୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ହାମସ୍ ସେଚ୍ଛାସେବୀ ଅନୁଷ୍ଠାନର ହରଷ କୁମାର ନାୟକ, ବିଶ୍ଵନାଥ ନାୟକ, ବିରଞ୍ଚି ନାରାୟଣ ଚମ୍ପତି, ମାନଷି ପାଣି ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ହାମସ ଅନୁଷ୍ଠାନର ସଂପାଦକ ବିଜୟ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
0 Comments