ନୂଆଗାଁ ପାଚିକା ୟୁନିଅନ ପକ୍ଷରୁ ୧୦ ଦଫା ଦାବିପତ୍ର ପ୍ରଦାନ

 



ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ୟୁନିୟନ ପକ୍ଷରୁ ନୂଆଗାଁ ବ୍ଲକରେ କାର୍ଯ୍ୟରତ ପାଚିକା ଏବଂ ସହାୟିକା ମାନେ ୧୦ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ବିଭିନ୍ନ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ଯୋଜନାରେ କାର୍ଯ୍ୟ କରୁଥିବା ପାଚିକା ଏବଂ ସହାୟିକା ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ମାସିକ ସର୍ବନିମ୍ନ ପାରିଶ୍ରମିକ ୨୬ ହଜାର ଟଙ୍କା ଏବଂ ଅବସରକାଳୀନ ସହାୟତା ସହିତ ମାସିକ ୧୦ ହଜାର ଟଙ୍କା ପେନସନ ପ୍ରଦାନ, ମଧ୍ୟାହ୍ନ ଭୋଜନ ଯୋଜନାକୁ ଘରୋଇକରଣ କରାନଯାଉ, ବର୍ଷକୁ ୧୦ ମାସ ବଦଳରେ ୧୨ ମାସର ପ୍ରାପ୍ୟ ଦିଆଯାଉ, ଅବସର ବୟସସୀମା ୬୦ ପରିବତେର୍ ୬୨ କରାଯାଉ, ସାମାଜିକ ସୁରକ୍ଷା ପ୍ରଦାନ, ବର୍ଷକୁ ୨ ଖଣ୍ତ ଶାଢି ପ୍ରଦାନ, ଅନ୍ୟାୟ ଭାବେ କାର୍ଯ୍ୟରୁ ଛଟେଇ ନକରାଯିବା, ଶ୍ରମିକ ବିରୋଧୀ ଶ୍ରମକୋଡ ବାତିଲ, ମଧ୍ୟାହ୍ନ ଭୋଜନର ମାନ, ମୂଲ୍ୟ ଓ ପରିମାଣ ବୃଦ୍ଧି କରାଯିବା ନେଇ ଦାବି ରଖିଛନ୍ତି। ଆଜି ଏହି ପାଚିକା ଓ ସହାୟିକା ୟୁନିୟନର ନୂଆଗାଁ ବ୍ଲକ କମିଟି ପକ୍ଷରୁ ନୟାଗଡ ଜିଲ୍ଲା ସଂପାଦିକା ଜୟନ୍ତୀ ଦାଶ, ନୂଆଗାଁ ବ୍ଲକ ସମ୍ପାଦିକା ସୁକାନ୍ତି ସ୍ବାଇଁଙ୍କ ସମେତ ଶତାଧିକ ପାଚିକା ଓ ସହାୟିକା ମାନେ ନୂଆଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ପହଂଚି ମୁଖ୍ୟମନ୍ତ୍ରୀଙ୍କ ଉେଦ୍ଦଶ୍ୟରେ ନୂଆଗାଁ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।



Post a Comment

0 Comments