ଦଶପଲ୍ଲା ଜଗନ୍ନାଥ ମନ୍ଦିରରେ ହେଲା ସ୍ନାନଯାତ୍ରା




ଦଶପଲ୍ଲା  କୁଂଜବନଗଡ଼ ଦଶପଲ୍ଲାରେ, ସ୍ନାନ ପୁର୍ଣ୍ଣିମା ବା ମଂଚସ୍ନାନ ପାରଂପାରିକ ବିଧିମତେ ପାଳିତ ହୋଇଯାଇଛି । ଏହି ମହାର୍ଘ ମୂହୁର୍ତ୍ତରେ , ମନ୍ଦିରରୁ ବାହାରି ସ୍ନାନ ମଣ୍ଡପକୁ ଆସିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହୋଇଛି ମହାମିଳନ | ଯାହାକୁ ନେଇ ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଦଶପଲ୍ଲା ଗଡ଼ଜାତରେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ସ୍ନାନଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ମହାପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ରାଜନଅର ମଧ୍ୟରେ ଥିବା ସ୍ନାନମଣ୍ଡପକୁ ଅଣାଯାଇଥିଲା ପୂର୍ବାହ୍ନରେ ରୀତିନୀତି ଅନୁଯାୟୀ ୧୦୮ ଗରା ସୁବାସିତ

ଜଳରେ ସ୍ନାନ କରିଥିଲେ । ଏହା ପରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶତାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ

ଦର୍ଶନ କରି ପ୍ରଭୁକୃପା ଲାଭ କରିଛନ୍ତି। ଅଣସର ଘରେ ରହିବା

ପରେ ଅଣସର ନୀତି ଚାଲୁ ରହିବ। ସାତପାଟଣାଠାରେ ମଧ୍ୟ ପ୍ରଭୁ

ଜଗନ୍ନାଥଙ୍କ ସ୍ନାନ ନୀତି ସଂପନ୍ନ ହୋଇଛି। ସେହିପରି ମଧ୍ୟଖଣ୍ଡ, ପୁରୁଣା ଦଶପଲ୍ଲା, ସାତ ପାଟଣା, ଦେଢ଼ସର ଆଦି ସ୍ଥାନରେ ସ୍ନାନଯାତ୍ରା ଅନୁଷ୍ଠିତ ହେବା ପରେ ଶ୍ରଦ୍ଧାଳୁମାନେ ଦର୍ଶନ କରି ପ୍ରଭୁକୃପା ଲାଭ କରିଛନ୍ତି ।


Post a Comment

0 Comments