ପ୍ରତେକ ପଂଚାୟତକୁ ଗଡ଼ିବ ବିକାଶ ବାହାନ

 

 

 



 

ନୂଆଗାଁ ବ୍ଲକ କାର୍ଯ୍ୟଳୟ  ମଧ୍ୟରେ ଆଜି ବିକାଶ ବାହାନ ରଥ ଭ୍ରମଣ କୁ ନେଇ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ନୂଆଗାଁ ବ୍ଲକ ବିଡିଓ ଅମୃତ କୁମାର ରାଉଳ ପ୍ରାରମ୍ଭରେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବିଷଦ ବିବରଣୀ ଉପସ୍ଥାପନ କରିଥିଲେ ସାଧାରଣ ଜନତାଙ୍କ ନିକଟରେ ସରକାରଙ୍କର ଲୋକଭିମୁଖୀ ସରକାରୀ ବ୍ୟବସ୍ଥା ପହଞ୍ଚିବା ସହିତ ସଚେତନ କରାଯିବ ସରକାରଙ୍କ ଏକ ବର୍ଷ ପୂର୍ତ୍ତିର ଉପଲଭଧି ବିଶେଷ କରି ଏକ ବର୍ଷ ଭିତରେ ବିଭିନ୍ନ ଯୋଜନାରେ ଉପଲବ୍ଧିକୁ ଲୋକଙ୍କ ପାଖରେ ପହଂଚାଇବା ଉଦେଶ୍ୟରେ ଜନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ଭlବରେ କରାଯିବ l

ଆସନ୍ତା ଜୁନ ୧୨ ତାରିଖରୁ ଆସନ୍ତା ଜୁନ ୨୧ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ବିକାଶ ମେଳା ଆୟୋଜନ କରାଯିବ l ଏହାସହିତ ବିକାଶ ବାହାନା ପ୍ରତ୍ୟେକ ବ୍ଲକରେ ପହଂଚି ଗ୍ରାମ ପଂଚାୟତ ମାନଙ୍କରେ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମ୍ବନ୍ଧରେ ବିକାଶ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବେ l ଏହି ବାହନ ପରିକ୍ରମା ସମୟରେ ସରକାରଙ୍କ ବିଭିନ୍ନ ବିଭାଗର ସହାୟତା, ପ୍ରମାଣ ପାତ୍ର, ଖାଉଟି କାର୍ଡ, ଆଧାର କାର୍ଡ, ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା,ଜଙ୍ଗଲ ଜମି ପଟ୍ଟା, ମୃତିକା ସ୍ଵାସ୍ତ୍ୟ କାର୍ଡ, ଓ ଅନ୍ୟାନ୍ୟ ସରକାରୀ ସହାୟତା ପ୍ରଦାନ କରାଯିବ l ଏହି ବାହନ ସୂଚlରୁ ପରିଚାଳନା ନିମନ୍ତେ ପରୀଚାଳନା ନିମନ୍ତେ ପ୍ରତ୍ୟେକ ବ୍ଲକରେ ନୋଡାଲ ଅଧିକାରୀ ନିଯୁକ୍ତ କରାଯାଇଛି l ବାହାନକୁ ସ୍ୱାଗତ କରିବା ନିମନ୍ତେ କାର୍ଯ୍ୟକ୍ରମ ବିଡ଼ିଓ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ଦ୍ୱାରା ବ୍ୟବସ୍ଥା କରାଯିବ l ଏହାସହିତ ବିକାଶ ମେଳରେ ଖାଦ୍ୟ ମେଳା, କ୍ରୀଡା, ବିଭିନ୍ନ ପ୍ରତିଯୋଗିତା, ସବସ୍କୃତିକ କାର୍ଯ୍ୟକ୍ରମ, ବୌଦ୍ଧିକ କର୍ମଶାଳା ଆଦି ଅନୁଷ୍ଠିତ l ବିଭିନ୍ନ ବିଭାଗର ଉନ୍ନୟନ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ lଅଜିର ଏହି ପ୍ରସ୍ତୁତି ବୈଠକରେ ନୂଆଗାଁ ବ୍ଲକର ୨୨ ଗୋଟି ପଂଚାୟତ ମଧ୍ୟରେ କିଭଳି ଶାନ୍ତି ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ତତ ସହିତ ହିତାଧି କାରୀଙ୍କ କୌଣସି ପ୍ରକାର ଅସୁବିଧା ସମୁଖୀନ ହେବେନାହିଁ ସେବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ଉକ୍ତ ବୈଠକ ମଧ୍ୟରେ ନୂଆଗାଁ ଉପାଦ୍ଧକ୍ଷ ପର୍ଶୁରାମ ସ୍ବାଇଁ ,ଅଶିଷ୍ଟାଣ୍ଡ ଜନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା , ଜିପିଡିୟ ଲାଲବହାଦୁର ରଞ୍ଜିତ ,ଜିପିଓ   ସାଧୁଚରଣ ସାହୁ ,ସମେତ  ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ରହିଥିଲେ ସୂଚନା ମୁତାବକ ପ୍ରତେକ ପଂଚାୟତର ପଂଚାୟତ ଅଧିକାରୀଙ୍କୁ ଏହି ଦ୍ୟତ୍ଵ ଦିଆଯାଇଛି ତତ ସହିତ ଏକ ତାଲିକା ପ୍ରସ୍ତୁତ କରାଯାଇଛି କେଉଁ ପଂଚାୟତ କୁ କେଉଡିଆଁ ଏହି କାର୍ଯ୍ୟକ୍ରମ ତାଲିକା ସମସ୍ତ ବିଭାଗର ଅଧିକାରୀଙ୍କୁ ପଠେଇ ଦିଆଯିବ




Post a Comment

0 Comments