ପ୍ରଶାନ୍ତ ଟି ସ୍ଟଲରେ ରଜ ରେ ରଜ ପାନସହିତ ଦୋଳିର ମଜା
ନୟାଗଡ (ନୂଆଗାଁ )
ଆଜି ପହିଲି ରଜ, ଏହି ରଜ ହେଉଛି ଓଡ଼ିଆଙ୍କ ପାରମ୍ପରିକ ପର୍ବର ପହିଲି ଆରମ୍ଭ. ଏହି ରଜରେ ଓଡ଼ିଶାର ପୁରପଲିରେ ପୋଡପିଠା, ମିଠା ସହିତ ରଜପାନ ମଜା ନେଇଥାନ୍ତି ଓଡିଶା ବାସି. ଆଜି ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ହଠାତ ନଜର ପଡିଥିଲା ମହୀପୁର ଜାତୀୟରାଜପଥ ୫୭ ବ୍ରଜସୁନ୍ଦରପୁର ପ୍ରଶାନ୍ତ ଟି ସ୍ଟଲରେ .ସେଠାରେ ବହୁ ରଙ୍ଗ ବେରଙ୍ଗୀର ୬୦ ରୁ ଅଧିକ ପାନମସଲା ସହିତ ରଜପାନର ଆସର ଦେଖିବାକୁ ମିଳିଥିଲା. ତା ସହିତ ଟି ସ୍ଟଲ ମାଲିକ ଚଳିତ ବର୍ଷ ରଜରେ ଏକ ରଙ୍ଗୀନ ରଜ ଦୋଳି କରି ଗ୍ରାହକଙ୍କୁ ରଜରେ ଭରପୁର ଅନନ୍ଦ ଦେଉଥିଲା. ପଥଚାରି ରଜ ପାନ ଖାଇବା ସହିତ ରଜ ଦୋଳିରେ ମଜା ନେଉଥିଲେ. ଯାହା ହଉ ପାରମ୍ପରିକ ପର୍ବ ରଜକୁ ପ୍ରଶାନ୍ତ ବାବୁ ଏକ ଭିନ୍ନ ରଙ୍ଗରେ ପଥଚାରୀଙ୍କ ପାଇଁ କରିଥିବାରୁ ଏଠାରେ ପ୍ରବଳ ଭିଡ଼ଜମୁଛି. ବହୁ ଦୂର ଦୁରାନ୍ତରୁ ଏହି ପଥ ଦେଇଯାଉଛିବା ଯାତ୍ରୀ ଏଠାରେ କିଛି ସମୟ ରହି ରଜ ର ଭରପୁର ମଜା ନେଉ ଅଛନ୍ତି.
0 Comments