ଗଣିଆ ବନାଞ୍ଚଳ ଅଧୀନ କିଶୋରପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ପତଣ୍ଡା ଗାଁର ପୋଖରୀ ନିକଟରୁ ଶୁକ୍ରବାର ଅପରାହ୍ନରେ ଏକ ମାଇ ହରିଣ ଉଦ୍ଧାର ହୋଇଛି। ହରିଣଟି ଗାଁ ନିକଟରେ ବୁଲୁଥିବା ଓ ବୁଲା କୁକୁର ତାର ପିଛା କରୁଥିବା ଦେଖି ଉକ୍ତ ଗାଁର ଯୁବକମାନେ ସୁରକ୍ଷିତଭାବେ ଉକ୍ତ ହରିଣଟିକୁ ଉଦ୍ଧାର କରିଥିଲେ। ହରିଣଟି ଖାଦ୍ୟ ଅନ୍ବେଷଣରେ ଉକ୍ତ ଅଂଚଳକୁ ଚାଲି ଆସିଛି ବୋଲି କୁହାଯାଉଛି।ଗାଁର ଯୁବକମାନେ ବନ ବିଭାଗକୁ ଖବର ଦେବାପରେ ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ଗଣିଆ ବନାଞ୍ଚଳ ଅଧିକାରୀ ସୁମନ ମାଝୀଙ୍କ ନିର୍ଦ୍ଧେଶକ୍ରମେ ବନପାଳ ମନୋଜ ପ୍ରଭାକର ସାହୁ, ବନରଖି ବୈଷ୍ଣବି ନାୟକ, ଓ ଲଙ୍ଗଳକଣ୍ଟା ବିଟ ବନସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ହରିଣଟିକୁ ଉଦ୍ଧାର କରି ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ହରିଟି ସମ୍ପୂର୍ଣ ସୁସ୍ଥ ଥିବାରୁ ହରିଣଟିକୁ ଗଣିଆ ସରକ୍ଷିତ ଜଙ୍ଗଲରେ ଛଡା ଯାଇଥିଲା ।
0 Comments