ନୟାଗଡ଼ ଜିଲ୍ଲା (ନୂଆଗାଁ )ନୂଆଗାଁ ବ୍ଲକ ଅନ୍ତର୍ଗତ ପାରାଢିପି ପଂଚାୟତର ପୋକସୁଙ୍ଗା ଗ୍ରାମର ବ୍ରଜବନ୍ଧୁ ମଳିକ (୫୦) ହାତୀ ଆକ୍ରମଣରେ ମୃତ ହୋଇଥିବା ବେଳେ ସୁରୁକlବlଡି ଗ୍ରାମର ସନ୍ୟାସୀ ସlନବଡ ଗୁରୁତର ହୋଇଥିବା ଜଣା ପଡ଼ିଛି l ସୂଚନା ଥାଉକି ପୋକସୁଙ୍ଗା ଗ୍ରାମର ବ୍ରଜବନ୍ଧୁ ମଲିକ କୌଣସି କlମରେ ସୁରୁକାବାଡି ଗ୍ରାମକୁ ଯାଇଥିଲେ l ସେଠାରୁ ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ବେଳେ ପଲଭା ଜଙ୍ଗଲରେ ବଣୁଆ ହାତୀ ଆକ୍ରମଣରେ ବ୍ରଜବନ୍ଧୁ ମଳିକଙ୍କ ମୃତ୍ୟୁ ହୋଇଥିଲା l ସେହିପରି ସିଙ୍ଗlରପଲ୍ଲି ଗ୍ରାମର ଦୁରୁଜ ସାନବଡଙ୍କ ପୁଅ ସନ୍ୟାସୀ ବଣୁଆ ହାତୀଙ୍କ ଆକ୍ରମଣରେ ଗୁରୁତର ହୋଇ ମହିପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି l ବ୍ରଜବନ୍ଧୁଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ବନବିଭାଗ ଓଡ଼ଗାଁ ଥାନlଙ୍କୁ ଖବର ଦେଇଥିଲେ l ବନବିଭାଗ ଓ ପୋଲିସ ସହାୟତାରେ ବ୍ରଜବନ୍ଧୁ ମଳିକଙ୍କୁ ଓଡ଼ଗାଁ ମେଡିକାଲରେ ଭର୍ତି କରିଥିଲେ ତାଙ୍କର ମୃତ ହୋଇଥିବା ଡାକ୍ତର ଘୋଷଣା କରିଥିଲେ l ପୋଷ୍ଟମଟମ ପରେ ପରିବାରଙ୍କୁ ହସ୍ତାନ୍ତର କରିବା ସହିତ ସୁଧକ୍ରୀୟା ରେ କିଛି ଆର୍ଥିକ ସାହାଯ୍ୟ କରାଯିବା ସହ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଲା ପରେ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇ ଦିଆ ଯିବ ବୋଲି ଗୁମି ଫରେଷ୍ଟର ପବିତ୍ର କୁମାର ପରିଡ଼ା ସୁଚନା ଦେଇଛନ୍ତି।
0 Comments