ନୟାଗଡ ଜିଲ୍ଲା ନୂଆଗାଁ ଥାନା ଆଜି ଦିନ ଦ୍ୱିପହରରେ ନୂଆଗାଁ ଥାନା ମହିତ୍ତମା ଜଙ୍ଗଲ ନିକଟରେ ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଲୁଟ ହୋଇଛି। ତିନି ଜଣ ଯୁବକ ଏକ ପଲସର ବାଇକରେ ଆସି ଟଙ୍କା ବ୍ୟାଗ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି। କେଉଁ ମାନେ ଲୁଟ କରିଛନ୍ତି ସେମାନଙ୍କର କୌଣସି ପତ୍ତା ମିଳିପାରିନାହିଁ।ମିଳିଥିବା ସୂଚନା ଅନୁଯାୟୀ, ନୂଆଗାଁ ଥାନା କୋରଡା ପଞ୍ଚାୟତ ଆଛୁପଡା ଗ୍ରାମର ମହନ୍ତ ଗୌଡ଼ ଚାଷ କାର୍ଯ୍ୟ କରି ପରିବାର ଚଳାନ୍ତି। ଜାଗାବାଡ଼ି କିଣିବା ପାଇଁ ଟଙ୍କା ଆବଶ୍ୟକ ପଡିବାରୁ ସେ ନୂଆଗାଁରେ ଥିବା ଏକ ବ୍ୟାଙ୍କରୁ ୧ ଲକ୍ଷ ୧୫ ହଜାର ଟଙ୍କା ଉଠାଣ କରି ଆଛୁପଡା ସ୍ଥିତ ଘରକୁ ମହିତ୍ତମା ଦେଇ ଏକ ଏକ୍ସଏଲ ଗାଡିରେ ଫେରୁଥିଲେ। ମହିତ୍ତମା ଠାରୁ ଆଛୁପଡା ମଧ୍ୟରେ ଏକ ଜଙ୍ଗଲ ପଡୁଥିବା ବେଳେ ଏହି ରାସ୍ତା ଦେଇ ମହନ୍ତ ଘରକୁ ଫେରୁଥିବା ବେଳେ ମହିତ୍ତମା ଜଙ୍ଗଲ ନିକଟରେ ତିନି ଜଣ ଯୁବକ ଏକ ପଲସର ଗାଡିରେ ଆସି ମହନ୍ତଙ୍କ ପାଖରେ ପହଞ୍ଚି ଥିଲେ। ସେ କିଛି ବୁଝିବା ଆଗରୁ ଲୁଟେରା ମାନେ ମହନ୍ତଙ୍କୁ ମାଡ ମାରି ତଳେ ପକାଇ ଦେଇ ତାଙ୍କ ଠାରୁ ଟଙ୍କା ବ୍ୟାଗ ଛଡ଼ାଇ ନେଇ ପୁଣି ବାଇକରେ ପଳାଇ ଯାଇଥିଲେ। କୌଣସି ଉପାୟ ନପାଇ ମହନ୍ତ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ବାବଦରେ ନୂଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କୁ ପଚାରିବାରେ, ଅଭିଯୋଗ ପାଇବା ପରେ ଆମେ ତଦନ୍ତ ଚଳାଇଛୁ ବୋଲି କହିଛନ୍ତି।
0 Comments